No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରସାଶନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ସପ୍ତାହନ୍ତ ସଟଡାଉନ, ନାଇଟକର୍ଫ୍ୟୁ ଘୋଷଣା କରାଯାଇଥିଲା। କିଛି ଅମାନିଆଙ୍କ ଯୋଗୁଁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ଚେନକୁ ରୋକିବା ନିମନ୍ତେ ରାଜ୍ୟ ସରକାର। ୫ ତାରିଖ ବୁଧବାର ସକାଳ ଠାରୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ (୧୪ ଦିନ ପାଇଁ)ଲକଡାଉନ ଘୋଷଣା କରାଯାଇଛି।ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି।ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। । ସଟଡାଉନ ପରେ କଣହେବ ଆଗକୁ ଅବଧି ଵଢିବାର ଆକଳନ କରି ଜନସାଧାରଣ ଘରକୁ ଆବଶ୍ୟକତା ଠାରୁ ଅଧିକ ପରିମାଣର ସାମଗ୍ରୀ କିଣୁଥିଵା ଦେଖିବାକୁ ମିଳିଥିଲା। ଏହାକୁ ରୋକିବା ପାଇଁ ପ୍ରସାଶନ ନିୟମ କଟକଣା ଲାଗୁ କରିଛି ।ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବୁଧବାର ଠାରୁ ଲକଡାଉନ ହେବାକୁ ଥିବା ବେଳେ କରୋଣା କଟକଣାକୁ କିଛି କୋହଳ କରାଯାଇଥିବା ବେଳେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ବ ରକ୍ଷା କରିବା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି । ଏଭଳି ସମୟରେ ହିଞ୍ଜିଳିକାଟୁ ପରିବା ବଜାର ଓ ଲକ୍ଷ୍ମୀ ବଜାରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଲୋକଙ୍କ ନାହିଁ ନଥିବା ଭିଡ ଜମାଇଥିଲେ । ପ୍ରସାଶନ ପକ୍ଷରୁ ନିୟମ ପ୍ରଣୟନ ହୋଇଥୂଲେ ମଧ୍ୟ ମଙ୍ଗଳବାର ସକାଳ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ନିକଟରେ ଥିବା ବିନାୟକ ଜୁଏଲର୍ସ, ସୁନା ଅଳଙ୍କାର ଦୋକାନ ଆଗରେ ଥିବା ଗୋଟିଏ ଗ୍ରୋସେରି ଦୋକାନ, ଅମ୍ଵିକା ଡ୍ରେସେସ, ରାଧିକା ଲେଡିସ କର୍ଣର ଓ ପରିବା ବଜାରରେ ଗୋଟିଏ ଗ୍ରୋସରୀ ଦୋକାନ ପଞ୍ଚସୂତ୍ରୀ ନିୟମ ଅବମାନନା କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ କରିଥିଲେ । ସାମାଜିକ ଦୂରତ୍ବ ରକ୍ଷା କରାଯାଇ ନଥିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ଖବର ପାଇ ସ୍ଥାନୀୟ ପୋଲିସର ଏକ ଟିମ୍ ସ୍ଥାନୀୟ ବଜାରରେ ପହଞ୍ଚି ସଂପୃକ୍ତ ୫ଟି ଦୋକାନ କୁ ସିଲ୍ କରିଥିଲେ ।ଏହିପରି ଦୋକାନୀ ମାନେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ଚଢ଼ାଉ ଵେଳେ ହିଞ୍ଜିଳି ଥାନା ଏସଆଇ ଶରତ ଚନ୍ଦ୍ର ରାୟ, ଗୋପାଳ କୃଷ୍ଣ ଆଗୁ ପାତ୍ର, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ପୌରପରିଷଦ କର୍ମଚାରୀ ଭାସ୍କର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result