No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ଘାଟିକିଆ ସ୍ଥିତ କଳିଙ୍ଗ ନଗର କେ ୮ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ର ମିଳିତ ସହଯୋଗ ରେ ଦିବ୍ୟାଙ୍ଗ ଭିକ୍ଷୁକଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏକ ଥଇଥାନ କେନ୍ଦ୍ରକୁ ବିଜ୍ଞାନ କାରିଗରୀ କୌଶଳ,ସାଧାରଣ ଉଦ୍ୟୋଗ ଓ ସାମାଜିକ ସୁରକ୍ଷା,
ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ବି.ଏମ.ସି ର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠି, ପୁର୍ବତନ କର୍ପୋରେଟର ଦିଲ୍ଲୀପ ମାଝୀ, ମମତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result