No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ହିଞ୍ଜିଳିକାଟୁ :- ଆସନ୍ତା ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ଲକଡ଼ାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ବସ୍ ବ୍ୟବସାୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । କରୋନା ଭୟରେ ପୂର୍ବ ଭଳି ଯାତ୍ରୀ ମାନେ ଯାତାୟତ କରୁନଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀ ପରିବହନ କରି ବ୍ୟବସାୟ କରୁଥିବା ସମସ୍ତ ବସ୍ ମାଲିକ ମାନେ ନାନା ଅସୁବିଧାର ସମ୍ମୁଖିନ ହେବା ସହ କରୋନା ମାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । କୋଭିଡ଼ କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକଯାତ୍ରୀଙ୍କୁ ନେଇ ବସ୍ ଯାତାୟତ କରୁଛି । ଏବେ ପୁଣିଥରେ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଫଳରେ ବସ୍ ଉପରେ ନିର୍ଭର କରି ଚଳୁଥିବା ଡ଼୍ରାଇଭର, କଣ୍ଡକ୍ଟର, ହେଲପର, ଗ୍ୟାରେଜ ମାଲିକ ଓ କର୍ମଚାରୀ, ଟିକଟ କାଉଂଟର କର୍ମଚାରୀ ଓ ହକର ମାନେ ବେଶ୍ ପ୍ରଭାବିତ ହେବାକୁ ଯାଉଛନ୍ତି । ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଗାଡ଼ି କିଣି ବ୍ୟବସାୟ କରୁଥିବା ବସ୍ ମାଲିକ ମାନେ ଚିନ୍ତାରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଞ୍ଜିଳିକାଟୁ ସହର ପରିଗଣିତ । ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ସହର ଦେଇ ପ୍ରତ୍ୟହ ବହୁ ସଂଖ୍ୟାରେ ଘରୋଇ ଯାତ୍ରୀବାହୀ ବସ୍ ଆସିକା, ସୋରଡ଼ା, ଶେରଗଡ଼, ବଡ଼ଗଡ଼, ଭଞ୍ଜନଗର, ନୟାଗଡ଼, ବୁଗୁଡ଼ା, ଦଶପଲ୍ଲା,
ସମ୍ବଲପୁର, ବଲାଙ୍ଗିର,ରାଉରକେଲା, ରାୟଗଡ଼ା ସମେତ ବହୁ ଦୁରଦୂରାନ୍ତର ଅଂଚଳକୁ ଯାତାୟତ କରିଥାଏ । ଏପରିକ ହିଞ୍ଜିଳିକାଟୁ ସହର ଠାରୁ ଭୂବନେଶ୍ୱର, ପୁରୀ, ବ୍ରହ୍ମପୁର, ପାଟପୁର, ଦିଗପହଣ୍ଡି, କଙ୍କୋରଡ଼ା ଜଗନ୍ନାଥପୁର, ପାଟପୁର ସହରକୁ ବହୁ ବସ୍ ଯାତାୟତ କରିଥାନ୍ତି । ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣି ବସ୍ ବ୍ୟବସାୟ କରୁଥିବା ବହୁ ମାଲିକଙ୍କ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଏବେ ପୁଣିଥରେ ଠପ୍ ହେବାକୁ ବସିଛି । ବସ ଚଳାଚଳ ବନ୍ଦ ହେଲେ ବସ୍ ଗୁଡ଼ିକର ବହୁ ଯନ୍ତ୍ରାାଂଶ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅପରପକ୍ଷେ ରୋଡ଼ ଟ୍ୟାକ୍ସ୍, ଇଏମଆଇ, ପରମିଟ୍ ଇତ୍ୟାଦି ବାବଦକୁ ଅର୍ଥ ପାଇଁ କରିବାକୁ ପଡ଼ିଥାଏ । ତେଣୁ ଆଗକୁ ଏକ ବଡ଼ ଧରଣର ଆର୍ଥୀକ କ୍ଷତିର ସମ୍ମୁଖିନ ହେବାକୁ ପଡ଼ିବ ବୋଲି ବସ୍ ମାଲିକ ମାନେ କହିଛନ୍ତି । ଏ ନେଇ ସେମାନେ ଯାହା କୁହନ୍ତି .. ..ରମେଶ ଚନ୍ଦ୍ର ପାଢି, ଉପ ସଭାପତି, ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ : ମହାମାରୀ କରୋ ନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୬ମାସ ଧରି ବସ ଚଳାଚଳ ବନ୍ଦ ରହିଥିଲା । କଟକଣା କୋହଳ ପରେ ବସ୍ ଚଳାଚଳ ହେଲେ ମଧ୍ୟ ସଂକ୍ରମଣ ଭୟ ଯୋଗୁଁ ଯାତ୍ରୀ ମାନେ ବସରେ ଯାତାୟତ କରୁନଥିବାର ବ୍ୟବସାୟ ମାନ୍ଦା ରହିଛି ଏବଂ ବହୁତ ଆର୍ଥୀକ କ୍ଷତି ସହ୍ୟ କରିବାକୁ ପଡ଼ୁଛି । ସରକାରଙ୍କ ପକ୍ଷରୁ ବସ୍ ମାଲିକ ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଉ । ଶୁସାନ୍ତ ପ୍ରଧାନ, ବସ୍ ମାଲିକ : ବସ ଚଳାଚଳ ବନ୍ଦ ହେଲେ ବସ୍ ଗୁଡ଼ିକର ବହୁ ଯନ୍ତ୍ରାାଂଶ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅପରପକ୍ଷେ ରୋଡ଼ ଟ୍ୟାକ୍ସ୍, ଇଏମଆଇ, ପରମିଟ୍ ଇତ୍ୟାଦି ବାବଦକୁ ଅର୍ଥ ପାଇଁ କରିବାକୁ ପଡ଼ିଥାଏ । ଆର୍ଥୀକ କ୍ଷତି ସାଙ୍ଗକୁ ବସ ବନ୍ଦ ଭାରି ବାଧୁଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result