No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର ) ଭୁବନେଶ୍ୱର :- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ୍ କୋଭିଡ୍ ୱାରିଅର୍ ବା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,କାର୍ଯ୍ୟରତ ସାମ୍ବାଦିକମାନେ ରାଜ୍ୟକୁ ବହୁତ ବଡ଼ ସେବା ଯୋଗାଉଛନ୍ତି । କୋଭିଡ୍ ସମ୍ପର୍କରେ ଲୋକଙ୍କୁ ଅନବରତ ସଚେତନ କରାଉଛନ୍ତି । କୋଭିଡ୍ ଲଢ଼େଇରେ ସାମ୍ବାଦିକମାନଙ୍କର ବଡ଼ ସହଯୋଗ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, ରାଜ୍ୟରେ ୬୯୪୪ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଉଛନ୍ତି । ଏହାବାଦ୍ ଏହି କୋଭିଡ୍ ସମୟରେ କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି । ମୃତ ସାମ୍ବାଦିକଙ୍କ ପରିବାରକୁ ଏହି ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସାମ୍ବାଦିକମହଲରେ ସ୍ୱାଗତ କରାଯାଇଛି । ସାମ୍ବାଦିକମାନଙ୍କର ଏହି ଦୀର୍ଘ ଦିନର ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସମ୍ମୁଖ ଯୁଦ୍ଧ ଭାବେ ସମସ୍ତଙ୍କୁ ତୁରନ୍ତ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ସୂଚନାଥାଉକି, କୋଭିଡ୍ ସମୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇଲେଣି
No Result
View All Result