No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ସମଗ୍ର ଦେଶ ବିନାଶକାରୀ କୋଭିଡର ଦ୍ୱିତୀୟ ଲହରୀ ସହିତ ଲଢ଼େଇ କରୁଛି । ଓଡିଶା ମଧ୍ୟ ଏହା ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଛି । ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରିବା ଏବଂ ଅସୁବିଧାରେ ପଡିଥିବା ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ।
ଭୁବନେଶ୍ୱରର ସୁନ୍ଦରପଦା ଅଭିରାମ ବସ୍ତି ବାସିନ୍ଦା ସମ୍ମୁଖୀନ ହେଉଥିବା ଅସୁବିଧା ବୁଝିବା ପାଇଁ ଶୁକ୍ରବାର ଦିନ ବସ୍ତି ବାସିନ୍ଦାଙ୍କ ଗହଣରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ସାମାଜିକ ଦୂରତା ରକ୍ଷା କରି ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ ସାମଗ୍ରୀ ଥିବା କିଟ୍ ବସ୍ତିରେ ରହୁଥିବା ୩୦ରୁ ଉର୍ଦ୍ଧ୍ବ ପରିବାର ମଧ୍ୟରେ ବଣ୍ଟନ କରିଥିଲେ । ସେ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ୍ ମଧ୍ୟ ପ୍ରଦାନ କରିଥିଲେ । ଏହା ପରେ ସେ କିଛି ସମୟ ପାଇଁ ବସ୍ତି ବାସିନ୍ଦାଙ୍କ ଅସୁବିଧା ପଚାରି ବୁଝିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଆଶ୍ୱାସନା ଦେଇଥିଲେ ।
ବସ୍ତି ବାସିନ୍ଦାମାନେ ସେମାନଙ୍କ ଗହଣରେ ବର୍ଷାଙ୍କୁ ପାଇ ଅତ୍ୟଧିକ ଆନନ୍ଦିତ ଏବଂ କୃତଜ୍ଞ ହୋଇଥିଲେ । ଜନୈକ ମହିଳା ଖୁସି ବ୍ୟକ୍ତ କରି କହିଲେ “ଏହି କଠିନ ସମୟରେ ଯେତେବେଳେ ଲୋକମାନେ ନିଜର ତଥା ପରିବାରର ଯତ୍ନ ନେବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ସେତେବେଳେ ବର୍ଷା ଆମକୁ ସାହାଯ୍ୟ କରିବାକୁ ଚିନ୍ତା କରୁଥିବାରୁ ଆମେ ବହୁତ ଖୁସି ।
No Result
View All Result