No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ନୂଆଦିଲ୍ଲୀ :- ଦିଲ୍ଲୀରେ ବଢୁଥିବା କରୋନା ଭାଇରସ୍ ମାମଲାରେ ହାହାକାର ପଡିଛି । ଗୋଟିଏ ପଟେ ପ୍ରତିଦିନ ବହୁ ସଂଖ୍ୟକ କରୋନା ସଂକ୍ରମିତ ମାମଲା ଚିହ୍ନଟ ହେଉଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ଶ୍ମଶାନ ବାହାରେ ମଧ୍ୟ ଶବର ଲାଇନ୍ ଲାଗୁଛି । କେବଳ ଏତିକି ନୁହେଁ, ଅନ୍ତିମ ସତ୍କାର କରିବା ପାଇଁ ମଧ୍ୟ ଶ୍ମଶାନରେ କୌଣସି ସ୍ଥାନ ବାକି ନାହିଁ ।
ସୋସିଆଲ ମିଡିଆରେ ଦିଲ୍ଲୀ ଶ୍ମଶାନ ଘାଟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଘରେ ରୁହନ୍ତୁ । ଟେଷ୍ଟିଙ୍ଗ ପାଇଁ ଲମ୍ବା ଲାଇନ ଲାଗୁଛି । ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ତାହାଠାରୁ ଆହୁରି ଲମ୍ବା ଲାଇନ ଲାଗୁଛି । ବର୍ତ୍ତମାନ ଶ୍ମଶାନରେ ମଧ୍ୟ ଶବଦାହ ପାଇଁ ଲାଇନ୍ ଲାଗିଛି । (ଭଞ୍ଜ ବିହାରୀ ମହାନ୍ତି)
No Result
View All Result