No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ହିଞ୍ଜିଳିକାଟୁ :- ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ ବେଳେ ହିଞ୍ଜିଳି ପୁଲିସ ଚଢ଼ାଉ କରି ୨ଟି ଟ୍ରାକ୍ଟର (ଓଡି୦୭ଓ୍ବାଇ ୪୧୩୫ ଓ ଓଡି୦୭ ଓ୍ବାଇ ୦୪୯୧)କୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୨୦୪ ଓ ୨୦୫ /୨୧ରେ ୨ଟି ମାମଲା ରୁଜୁ କରିଛି । ପ୍ରକାଶ ଯେ, ଗତ କିଛି ଦିନର ନୀରବତା ପରେ ହିଞ୍ଜିଳିକାଟୁ ଅଞ୍ଚଳରେ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଭୋରରୁ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଖରିଡା ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ନେଇ ହିଞ୍ଜିଳି ପୁଲିସ କୈାଣସି ସୁତ୍ରରୁ ଖବର ପାଇଥିଲା । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ଏସଆଇ ବାସୁଦେବ ଭୋଇ ,
ରାଘବ ପ୍ରଧାନ,ଏଏସଆଇ ପ୍ରକାଶ ବେହେରା ଓ ପୁଲିସ ଟିମ୍ ଅଚାନକ ଚଢ଼ାଉ କରିଥିଲା । ପ୍ରକାଶ ଥାଉକି, ଗତ ୨୦୨୧ ମସିହା ଅଗଷ୍ଟ ୨୨ ତାରିଖରେ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବାଲି ମାଫିଆ ମାନେ ଗୁଣ୍ଡାରାଜ ଚଲାଇବା ସହ ଜୋର ଜବରଦସ୍ତ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି କିଛି ଦୂବର୍ତ୍ତ ନଦୀ ମଧ୍ୟରେ ୩ଟି ଗାଡ଼ିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଗ୍ରାମବାସୀ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଉତ୍ୟକ୍ତ ଗ୍ରାମବାସୀଙ୍କୁ ଘଉଡାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଉକ୍ତ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣିଥରେ ବାଲି ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ରାଜସ୍ବ ଓ ପୁଲିସ ପ୍ରଶାସନ ପକ୍ଷରୁ ରାତି ଅଧିଆ ଚଢାଉ କରିବା ସହ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result