No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି +୩ ମହିଳା ମହାବିଦ୍ୟାଳୟ ପରିସର ରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଜୟନ୍ତୀ ରଥଙ୍କ ବ୍ରହ୍ମପୁର ସ୍ଥିତ ଅଶ୍ଵିନୀ ହସ୍ପିଟାଲ୍ ରେ କାରୋନାରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ନେଇ ଏକ ଶୋକ ସଭା ଅଧକ୍ଷା ରୀନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଅଧ୍ୟାପିକା ଜୟନ୍ତୀ ରଥଙ୍କ ଏହି ଅକାଳ ବିୟୋଗରେ ଅଧକ୍ଷା, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ତଥା ଛାତ୍ରୀ ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳାଇ ଦେଇଛି
ଅଧ୍ୟାପିକା ଶ୍ରୀମତୀ ରଥ ଜଣେ ଗୁଣି, ଜ୍ଞାନୀ, ବାଗ୍ମୀ, ମେଳାତଥା ଛାତ୍ରୀ ବସ୍ରଳ ଓ ସୁ ଲେଖକମଧ୍ୟ ଥିଲେ l ଶୋକ ସଭାରେ ତାଙ୍କ ଫୋଟ ଚିତ୍ର ସମ୍ମୁଖରେ କେଣ୍ଡଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ଶୋକ ସଭା ରେ ଅଧକ୍ଷା ରୀନା ସାହୁ , ଅଧ୍ୟାପିକା ଡ: ଭାରତୀ ପାଣିଗ୍ରାହୀ, କଲ୍ୟାଣୀ ମିଶ୍ର, ମଧୁସ୍ମିତା ପ୍ରଧାନ, ସି.ଏଚ୍.ନିର୍ମଳା, ରାଜେଶ ପାତ୍ର, ଏଲ. ଦୁର୍ଯ୍ୟଧନ, ରଞ୍ଜିତା ପଟ୍ଟନାୟକ, ଅଶୋକ କୁମାର ଓ ଲିଲି ଖଡଗ ରାୟ ପ୍ରମୁଖ ଉପସ୍ଥିତ ଥିଲେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result