No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ଓଡ଼ଗାଁ :- ଓଡ଼ଗାଁ କୁରାଳ,ବିଜେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରବେଶ ପଥ ଗେଟପାଖ ରାସ୍ତାର ଉଭୟ ପାର୍ଶ୍ଵରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହିତ ପ୍ରବେଶ ପଥକୁ ପ୍ରସସ୍ଥ କରଣ କରାଯିବ ଓ ତା ସହିତ ଲଷ୍ମୀବଜାର ଠାରେ ଥିବା ‘ଲଷ୍ମୀ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ’ର ପ୍ରଥମ ମହଲା ନିର୍ମାଣର ଶୁଭାରମ୍ଭ ହେବ ।

ଏନେଇ ମନ୍ଦିର ପରିଦର୍ଶନରେ ଆସିଥିବା ଭୁବନେଶ୍ୱର ସହକାରୀ ଦେବୋତ୍ତର କମିଶନର ଶ୍ରୀଦୀପ ମିଶ୍ର ଘୋଷଣା କରିଛନ୍ତି । ତାସହିତ ମନ୍ଦିର ପରିସରରେ ଲାଗିଥିବା ମାର୍ବଲ ଗୁଡିକୁ ବାହାର କରିବା ପରେ ପୂର୍ବରୁ ଥିବା ବଉଳମାଳା ପଥର ଗୁଡିକୁ ପୁନଃ ପଲିସକରି ସୌନ୍ଦର୍ଯ୍ୟକରଣ କରିବାପାଇଁ ନିର୍ଦେଶ ଦେଇଥିଲେ । ୭୦୦ବର୍ଷରୁ ଉର୍ଦ୍ଧ୍ବ ହେବ ଶ୍ରୀ ଜୀଉଙ୍କର ବଂଶାନୁକ୍ରମେ ସେବାକରି ଆସୁଥିବା ସେବାୟତଙ୍କ ବଂଶଵୃଦ୍ଧି ହୋଇଥିଲେ ମଧ୍ୟ

ଆବଶ୍ୟକ ଅନୁଯାଇ ଦେବୋତ୍ତର ବିଭାଗରୁ ଜମି ଯୋଗାଇ ଦିଆ ଯାଇନଥିବାରୁ ସେବାୟତ ମାନଙ୍କ ଘରବାରି ସଙ୍କୁଚିତ ହେବା ସହ ନିଜପାଇଁ ବାସଗୃହ ଖଣ୍ଡେ ତିଆରି କରିପାରିନଥିବା ପୂଜକ ସଂଘର ସଭାପତି ପ୍ରଫୁଲ କୁମାର ମହାପାତ୍ର ସହକାରୀ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଖୁବଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଜିବ ବୋଲି ଶ୍ରୀଦୀପ ସୂଚନା ଦେଇଛନ୍ତି । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result