No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅପ୍ରେଲ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ପଞ୍ଚାୟତ ଓ ଜା କେଡ଼ା ପଞ୍ଚାୟତ ରେ କୋଭିଡ଼ କଟକଣା ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପାରାଢିପି ପଞ୍ଚାୟତ ର କଶି କିଆରୀ ଗ୍ରାମ ର କୋଠଘର ,ପୋକସୁଙ୍ଗା ଗ୍ରାମ ର ଅଙ୍ଗନୱାଡି କେନ୍ଦ୍ର ,

କରଡ଼ା ପଲ୍ଲୀ ଗ୍ରାମ ର କୋଠଘର, ରାମପଲ୍ଲୀ କଷ୍ଟି ଡାକୁଆ ସେତୁ,ରାମ ପଲ୍ଲୀ କୋଠଘର, ଉଦଘାଟନ କରିଥିଲେ।ତତ୍ ସହିତ ଜାକେଡ଼ା ପଞ୍ଚାୟତ ର ଅଙ୍ଗନୱାଡି କେନ୍ଦ୍ର ,କୋଠଘର ଦଶପଲ୍ଲା ବିଧାୟକ ଉଦଘାଟନ କରିଥିଲେ।ତତ୍ ସହିତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକ ମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,

ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଜେଡ଼ି ସଭାପତି ସନାତନ ସାମଲ,ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା, ସ୍ଥାନୀୟ ସମିତି ସଭ୍ୟା ମମତା ନାୟକ,ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ପଞ୍ଚାୟତ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ରାଉତ,

ନାଏବ ସରପଞ୍ଚ ଭଗବାନ ସାହୁ,ପଞ୍ଚାୟତ ଯୁବ ସଂଗଠକ ବିଭୂତି ଭୂଷଣ ପ୍ରଧାନ,ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ,ସମିତି ସଭ୍ୟା ଙ୍କ ପ୍ରତିନିଧି ପାଣୁ ଚରଣ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇଥିଲେ।ଦଶପଲ୍ଲା ବିଧାୟକ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ଦିଗରେ ପ୍ରଚେଷ୍ଟା କୁ ପଞ୍ଚାୟତବାସୀ ପ୍ରଶଂସା କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result