No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ଼ କଟକଣାକୁ ପାଳନ କରିବା ଏବଂ ମାନି ଚଳିବା ପାଇଁ ପରାମର୍ଶ ଦେଇଥିବା ନଜିର ରହିଛି । ତଥାପି ପ୍ରଶାସନର ପରାମର୍ଶକୁ ଖାତିର ନକରି କିଛି ଅମାନିଆ ବିନା ମାସ୍କରେ ବାହାରେ ବୁଲିବା ସହ ଅକାରଣରେ ବିଭିନ୍ନ ଛକ ସ୍ଥାନରେ ଗହଳି କରି ଗୁଲିଖଟି କରି ସଂକ୍ରମଣ ବଢାଉଥିବା ଦେଖିବାକୁ ମିଳିଛି ।
ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଗତ ୧୭ ତାରିଖ ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ନାଇଟକର୍ଫ୍ୟୁ ଜାରି କରିଥିବା ବେଳେ ଏପ୍ରିଲ ଶେଷ ସପ୍ତାହରୁ ସପ୍ତାହନ୍ତ ସଟଡ଼ାଉନ ( ଶନିବାର ଓ ରବିବାର ୨ଦିନ ପାଇଁ ) ଘୋଷଣା କରିଛନ୍ତି । ତଥାପି କିଛି ଅମାନିଆ ସଂକ୍ରମିତଙ୍କ ସଂଖ୍ୟା ବଢାଇବାରେ ସହାୟକ ହେଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଂଚସୂତ୍ରୀ ନିୟମ ପାଳନ କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ପାଳନ କରିବାକୁ କୁଣ୍ଠାବୋଧ କରୁଥିବାର ଜଣାପଡ଼ିଛି । ଏ ନେଇ ହିଞ୍ଜିଳି ପୁଲିସ ମଙ୍ଗଳବାର ଆକ୍ସନ ମୁଡ଼ରେ ପଂହଚିଛି । ପଂଚସୂତ୍ରୀ ନିୟମ ପାଳନ କରୁଦନଥିବା ଅଭିଯୋଗରେ ହିଞ୍ଜିଳି ପୁଲିସ ୫ଟି ଦୋକାନକୁ ସିଲ କରିବା ସହ ୧୫ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୭ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଛି । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ବାହିନୀ ଚଢାଉ କରି ୨ଟି ରାସନ ଦୋକାନ, ଗୋଟିଏ ଲେଖାଏଁ ଚାହା ଦୋକାନ, ପନିପରିବା ଦୋକାନ ଓ ଲଗା ଦେକାନକୁ ସିଲ କରିବା ସହ ୧୫ଟି ଭିନ୍ନ ଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଜରିମରନା ଆଦାୟ କରିଛି । ଚଢାଉରେ ଥାନା ଏସଆଇ ଗୋପାଳକୃଷ୍ଣ ଆଗୁ ପାତ୍ର, ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ରଙ୍କ ସମେତ ପୌର କର୍ମଚାରୀ ଓ ପୁଲିସ ବାହିନୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result