No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) କଟକ :- କଟକ ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର ପ୍ରତାପନଗରୀ ସ୍ଥିତ ମା,ଧାକୁଲେଈଙ୍କ ପୀଠ । ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା । ମା, ଧାକୁଲେଇଙ୍କର ପାଳନ ହେଉଥିବା ବାରମାସରେ ତେର ପର୍ବ ମଧ୍ୟରୁ ,ଚଇତି ପର୍ବ ସବୁଠାରୁ ବଡ଼ପର୍ବ । ଏହି ପର୍ବକୁ ମାଙ୍କର ବାଣଯାତ୍ରା ମଧ୍ୟ କୁହାଯାଏ । ଏହି ପର୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ମାଙ୍କ ପୀଠରେ ହୋଇଥାଏ ।

କୋଭିଡ଼ କଟକଣା ଯୋଗୁଁ ଦୁଇବର୍ଷ ହେଲା ମା, ଧାକୁଲେଇଙ୍କ ପୂଜା ନିତିକାନ୍ତି ଛଡା ଅନ୍ୟ କାର୍ଯ୍ୟକ୍ରମ ସବୁ ବନ୍ଦରହିଛି । ଯାହା ଫଳରେ ଧାକୁଲେଇଙ୍କ ପୀଠ , ଜନଗହଳି ପରିବର୍ତ୍ତେ ଆଜି ଖାଁ ଖାଁ ଲାଗୁଛି । ରାତି ୪ଟାରୁ ମାଙ୍କ ପୂଜା ନିତିକାନ୍ତି ଆରମ୍ଭ ହୋଇଥିଲା । ମଧ୍ୟାହ୍ନରେ ମାଙ୍କ ଅନ୍ୟାନ୍ୟ ପୂଜା ସାଙ୍ଗକୁ ଭୋଗ କରାଯାଇଥିଲା ।

ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ କରାଯିବା ସହ ମା,ଙ୍କ ଚଳନ୍ତି ପ୍ରତିମାକୁ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯିବା ପରିବର୍ତ୍ତେ ,କୋଭିଡ଼ କଟକଣା ପାଇଁ ବିଧିଆନୁଯାୟୀ , ମା,ଙ୍କ ବିମାନ ମନ୍ଦିର ବେଢ଼ା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତି ବର୍ଷ ରାତି ୧୨ ଟାରୁ ସକାଳ ପର୍ଯ୍ୟନ୍ତ ଚଇତି ପର୍ବ ରେ ଲକ୍ଷାଧିକ ଟଙ୍କାର ଆତସବାଜି ପ୍ରଦର୍ଶନକୁ କୋଭିଡ଼ ପାଇଁ ବନ୍ଦ ରଖାଯାଇଛି ।

ସେହି ପରି ଏହି ଯାତ୍ରାକୁ ବିଭିନ୍ନ ସ୍ଥାନରୁ ଆସୁଥିବା ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛୋଟ ବଡ଼ ଦୋକାନୀମାନେ ସେମାନଙ୍କର ଦୋକାନ ବଜାର ଖୋଲିବାରୁ ବଞ୍ଚିତ ହୋଇଛନ୍ତି । କେବଳ ମାନଙ୍କ ପାରମ୍ପାରିକ ପୂଜା ନିତିକାନ୍ତି ୭ଦିନ ଧରି ଅନୁଷ୍ଠିତ ହେବ । ଏସବୁକୁ ତଦାରଖ କରିବା ପାଇଁ କଟକ ସଦର ପୋଲିସ ପକ୍ଷରୁ ୫ଜଣ ପୋଲିସ କର୍ମଚାରୀଙ୍କୁ ମନ୍ଦିର ପରିସରରେ ମୁତୟନ କରାଯାଇଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result