No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଚିକିଟି :- ଚିକିଟି ଅଞ୍ଚଳ ରେ ହାତୀ ଉପଦ୍ରବ ବାରମ୍ବାର ଲାଗି ରହିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଲାଉବାଡି -ଚାନ୍ଦପୁର ନିକଟସ୍ଥ ସାଗର କୂଳରେ ହାତୀ ବୁଲିଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଗତ ରାତ୍ରିରେ ବନବିଭାଗ ତରଫରୁ ହାତୀ ଉପଦ୍ରବ ଦେଖି ହାତୀ ଘଉଡାଇବା ଉଦ୍ୟମ ବେଳେ ଚାନ୍ଦପୁର ଗ୍ରାମର ବୃନ୍ଦାବନ ବିନ୍ଧାଣି ଶୌଚ କରିବା ସକାଶେ ଚାନ୍ଦପୁର ସାଗରକୁ ଯାଇଥିଲେ ସେଠାରେ ହାତୀ ସମୁଖକୁ ଆସିଯାଇଥିଲେ ଫଳରେ ହାତୀ ଦଳି ପକାଇଥିଲା ଘଟଣା ସ୍ଥଳରେ ବୃନ୍ଦାବନ ବିନ୍ଧାଣିଙ୍କ ମୃତ୍ୟୁ ଘଟିଥିଲା ଅନ୍ୟ ଏକ ଭାଇ ବାବୁନି ବିନ୍ଧାଣି ଭାଇର ଏପରି ଅବସ୍ଥା ଦେଖି ସହିନପାରି ପାଖକୁ ଗଲାବେଳେ ହାତୀ ପଲ ଦୂରରୁ ଦୌଡ଼ି ଆସି ବାବୁନି ବିନ୍ଧାଣିଙ୍କୁ ମଧ୍ୟ ଆକ୍ରମଣ କରି ଚାଲିଯାଇଥିଲେ l
ଆହତଙ୍କୁ ପ୍ରଥେମେ ଚିକିଟି ମେଡିକାଲ ନେବା ପରେ ଅବସ୍ଥା ଗୁରୁତ୍ତର ହୋଇଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ଖବର ପାଇ ଦିଗପହଣ୍ଡି ରେଞ୍ଜ ର ଅଧିକାରୀ ଓ କେ-ନୂଆଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଠାଇ ଶବ ବ୍ୟବେଛେଦ ନିମନ୍ତେ ପଠାଇଥିଲେ l ସୂଚନା ମୁତାବକ ଗତ ରାତ୍ରିରେ ହାତୀପଲ ସlମନ୍ତିୟାପଲି ରେଞ୍ଜ ର ବଡବରଙ୍ଗା ଅଂଚଳରେ ଉପଦ୍ରବ କରି ସକାଳୁ ସକାଳୁ ୧୪ ଟିକିୟା ହାତୀ ପଲ ମlଧବନ୍ଦ ଗାଁ ବାହାର ଦେଇ ସୁବର୍ଣ୍ଣ ପୁର ର ଦକ୍ଷିଣ କବାଟ ପୋଖରୀରେ ସକଳାଠାରୁ ଵର୍ତମାନ ପର୍ଯ୍ୟନ୍ତ ଆଶ୍ରୟ ନେଇଛନ୍ତି l ବନବିଭାଗ ତରଫରୁ ଏହି ହାତୀ ପଲର ଗତିବିଧି ଉପରେ ନଜର ରଖାଯାଇଛି । ଯଦି ଆଗକୁ କିଛି ପଦକ୍ଷେପ ନିଆନଯାଏ ତାହାଲେ ଧନ ଜୀବନ ନଷ୍ଟ ହେବାର ବହୁତ ସମ୍ଭାବନା ଅଛି । ହାତୀ ଉପଦ୍ରବ ଲାଗି ରାତି ରାତି କରେଣ୍ଟ ମଧ୍ୟ କାଟି ଦିଆଯାଉଛି । ଯାହା ଫଳରେ ଖରା ଦିନେ ଲୋକେ ଗରମ ରେ ଅସ୍ତ ଵ୍ୟସ୍ତ ହେଉଥିବା ଶୁଣିବାକୁ ମିଳୁଛି । ଆଜି ରାତିରେ ଏମାନକୁ ଘଉଡ଼ାଇ ଜଙ୍ଗଲକୁ ତଡାଯିବ ବୋଲି ଡେପୁଟି ରେଞ୍ଜର କହିଛନ୍ତି ।
No Result
View All Result