No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟରେ ଅପ୍ରେଲ ୫ ତାରିଖ ଦିନ ଜମିଜମା କିଣାବିକାକୁ ନେଇ ନିଜ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲାରେ ପୂର୍ବରୁ ଦିଗପହଣ୍ଡି ପୋଲିସ ସୋମବାର ଦିନ ଅନ୍ୟ ଅଭିଯୁକ୍ତ ଜି . ଶଙ୍କର ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପୂର୍ବରୁ ବଡ଼ଭାଇ ଜି . ମୋହନ ରାଓଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସେ ଜେଲ ହାଜତରେ ରହିଛନ୍ତି । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ ପୋଡାମାରୀ ବଡ଼ବଜାର ସାହିର ସ୍ବର୍ଗତ ଜି. ମାର୍କଣ୍ଡ ଓ ଜି . ଲଚ୍ଛମନ ପିତାଙ୍କ ଗ୍ରାମରେ ରହିଥିବା ୭ ଭରଣ ଜମିକୁ ନେଇ ମାକର୍ଣ୍ଡଙ୍କ ଦୁଇଝିଅ ଏମ୍ . ସାରଦା ଓ ବି .ଜ୍ୟୋତି ଏବଂ ଜି . ଲଚ୍ଛମନ ରାଓଙ୍କ ଦୁଇପୁଅ ଜି . ଶଙ୍କର ରାଓ ଓ ଜି . ମୋହନ ରାଓ ମଧ୍ୟରେ ବିବାଦ ଲାଗି ରହିଥିଲା ।
ଏହାପରେ ଗତ ଅପ୍ରେଲ ୫ ତାରିଖ ଦିନ ଦିଗପହଣ୍ଡି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉକ୍ତ ଜମିର କିଣାବିକା ମକଦ୍ଦମା ଚାଲିଥିବା ବେଳେ ମୋହନ ଓ ଶଙ୍କର କାର୍ଯ୍ୟାଳୟ ଭିତରେ ପଶି ମାରଣାସ୍ତ୍ର ସାହାଯ୍ୟରେ ୨ ମହିଳା ସମେତ ତାଙ୍କ ଜ୍ବାଇଁ ନାରାୟଣ ସୁବୁଦ୍ଧିଙ୍କୁ ଆକ୍ରମଣ କରି ବାଇକ ଯୋଗେ ଫେରାର ହୋଇଯାଇଥିଲେ । ଘଟଣାପରେ ଦିଗପହଣ୍ଡି ପୋଲିସ ଅପ୍ରେଲ ୧୩ ତାରିଖରେ ବଡ଼ଭାଇ ମୋହନଙ୍କୁ ଗିରଫ କରି ଥାନା କେସ୍ ନଂ ୮୧/୨୦୨୧ ଦଫା ୪୫୦/୩୨୩/୩୨୪/୩୦୭/୩୪ ଆଇପିସି ଧାରା ଅନୁସାରେ କୋର୍ଟ ଚାଲାଣ କରିଥିବା ବେଳେ ବ୍ୟବହୃତ ରକ୍ତଭିଜା ଦୁଇଟି କାତିକୁ ଜବତ କରିିିିଥିଲା । ଅପରପକ୍ଷରେ ଆଜି ଅଭିିଯୁକ୍ତ ସାନଭାଇ ଶଙ୍କରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result