No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ବେଗୁନିଆପଡା :- କରୋନାର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ବାରମ୍ବାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ,ଧର୍ମାନୁଷ୍ଠାନ ପରିଚାଳନା କମିଟି, ଅଟୋ ସଙ୍ଘ ପ୍ରଭୃତି ଅନୁଷ୍ଠାନକୁ ନେଇ ସଚେତନ ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛି । ପ୍ରତ୍ୟକ ଦିନ ବିଭିନ୍ନ ଅନୁଷ୍ଠାନ କୁ ନେଇ ସେମାନଙ୍କ ସହିତ ଆଲୋଚନା କରିବା ସହିତ ସଚେତନ କରୁଥିବା ଜଣାପଡ଼ିଛି । ତଥାପି କେତେକ ଆସାଧୁ ବ୍ୟବସାୟୀ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଥିବାରୁ ତହସିଲଦାର ଅବନୀ କୁମାର ସାହୁ ଉଦବେଗ ପ୍ରକାଶ କରିଛନ୍ତି । ଯଦି ଆବଶ୍ୟକ ପଡେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି କହିଛନ୍ତି । ସୋମବାର ଅପରାହ୍ନ ରେ କୋଦଳା ର ବଣିକସଙ୍ଘ, ପରିବା ଦୋକାନୀ, ଉଠା ଦୋକାନୀ, ଠେଲାଗାଡି,
ମାଛ/ମାଂସ ବ୍ୟବସାୟୀ ମାନଙ୍କୁ ନେଇ କରୋନା ର ଦ୍ଵିତୀୟ ଲହର ର ଭୟବହାତା ବିଷୟ ରେ ବୁଝାଇ ସରକାରଙ୍କ ପଞ୍ଚସୁତ୍ରୀ ନିୟମ ମାନି ପ୍ରତ୍ୟକ ବ୍ୟବସାୟୀ ଦଶ ଫୁଟ ବ୍ୟବଧାନରେ ବସି ବ୍ୟବସାୟ କରିବେ, କେହିବି ରାସ୍ତାକଡ଼ରେ ବସିବେ ନାହିଁ, ହୋଟେଲ ରେ କେବଳ ପାର୍ଶାଲ ଦେବେ, ଉଠାଦୋକାନୀ/ଠେଲାଗାଡି ହୋଟେଲ ସମ୍ପୂର୍ଣ ବନ୍ଦ, ଯଦି କେହି ବି ଏହାକୁ ନ ମାନେ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବେଗୁନିଆପଡ଼ା ତହସିଲଦାର ଚେତାଇ ଦେଇଛନ୍ତି । ଏହାକୁ ନେଇ କୋଦଳା ଏନଏସି ବି ତତ୍ପରତା ଦେଖାଇଛନ୍ତି।ବାରମ୍ବାର ଡାକବାଜି ଯନ୍ତ୍ରଦ୍ୱାରା ଲୋକଙ୍କୁ ସଚେତନ କରୁଥିବା ବେଳେ ଆସ୍ଥାୟୀ ବ୍ୟବସାୟୀ ମାନଙ୍କ ପାଇଁ କୋଦଳା ରାଜସ୍ୱ ଡାକବଙ୍ଗଳା ପରିସର ରେ ଅସ୍ଥାୟୀ ବାଉଁଶ ବାରିକେଡ଼ ବ୍ୟବସ୍ଥା କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । କୋଦଳା ପୋଲିସ ମଧ୍ୟ ସନ୍ଧ୍ୟାରେ ପ୍ରତ୍ୟକ ଛକ ମାନଙ୍କରେ ପହରା ଦେଉଛନ୍ତି । କିଛି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ କେତେକଙ୍କୁ ତାଗିଦ କରି ଛାଡୁଥିବା ମଧ୍ୟ ଦେଖିବାକୁ ମିଳିଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result