No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର )ହିଞ୍ଜିଳିକାଟୁ :- ହିଞ୍ଜିଳି ବ୍ଳକର ନୂତନ ବିଡ଼ିଓ ଭାବେ ସୁବ୍ରତ କୁମାର ଜେନା କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରି ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି । ହିଞ୍ଜିଳି ବ୍ଳକ ରେ ଉନ୍ନୟନ ମୂଳକ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇ ପାରିବ ସେ ସମ୍ପର୍କରେ ବିଡ଼ିଓ ଶ୍ରୀ ଜେନା ସୋମବାର ୬୯ନଂ ଜିଲ୍ଲା ପରିଷଦ ଜୋନରେ ଥିବା ପଞ୍ଚାୟତ ଗୁଡ଼ିକୁ ବୁଲି କ୍ଷେତ୍ର ପରିଦର୍ଶନ କରିଥିଲେ । ଦୟାପଲ୍ଲୀ ପଞ୍ଚାୟତରେ ନିର୍ମିତ ହୋଇଥିବା ନୂତନ ପାର୍କ, ଉଚ୍ଚ ବିଦ୍ୟାଳୟ, ମନରେଗା କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଦୁର୍ବନ୍ଧ ପଞ୍ଚାୟତରେ ନିର୍ମାଣାଧୀନ ଥିବା ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ । ଗଣ୍ଡଳା ସ୍ଥିତ ଗଣେଶ ବିଦ୍ୟାପୀଠରେ ନିର୍ମାଣାଧୀନ ଥିବା ସ୍ମାର୍ଟ ଶ୍ରେଣୀ ଗୃହର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଶୀଘ୍ର ସରିବା ପାଇଁ କହିଥିଲେ ।

ମନରେଗା ଯୋଜନାରେ ଚାଲିଥିବା କାର୍ଯ୍ୟସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସ୍ଥାନୀୟ ବ୍ଳକରେ କିଛି ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । କରୋନା ମହାମାରୀରୁ ଗ୍ରାମବାସୀ କିପରି ସୁରକ୍ଷିତ ରହି ପାରିବେ ସେଥିପ୍ରତି ଧ୍ୟାନ ଦେଇ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କୋଭିଡ ଟୀକାକରଣ କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବେଲଗାଁ,ଡି ପାଟପୁର, ସାହାପୁର ଓ ଭାବନ୍ଧ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ବିଡ଼ିଓଙ୍କ ସହ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ସରପଞ୍ଚ ପ୍ରତିନିଧି ସୁଧାଂଶୁ ସାହୁ , ପିଇଓ ଇ. ଶଙ୍କର ରାଓ, ନବୀନ ଚନ୍ଦ୍ର ମହାରଣା, ରାଜେନ୍ଦ୍ର କୁମାର ପଟ୍ଟନାୟକ, ବି.ହରି, ବେଣୁଧର ବେହେରା, ରାମହରି ଶର୍ମା, କନିଷ୍ଠ ଯନ୍ତ୍ରୀ ହର୍ଷ ମାଧବ କର ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ -ଶୁସାନ୍ତ ପ୍ରଧାନ )
No Result
View All Result