No Result
View All Result
ଓଡିଶା ତାଜା ନ୍ୟୁଜ ( ୨୪ ଏପ୍ରିଲ ଶନିବାର ) କୁକୁଡ଼ାଖଣ୍ଡି :- କୁକୁଡ଼ାଖଣ୍ଡି ବ୍ଲକର ଯୁବ ସମ୍ବାଦିକ ସ୍ବର୍ଗତ ଗୋବିନ୍ଦ ବେହେରାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଆଙ୍କୁଶପୁର ସ୍ଥିତ ମା ବୁଢ଼ୀଘରା ଠାକୁରାଣୀ ମନ୍ଦିର ପରିସରରେ କୋଭିଡ଼ ଗାଇଡ଼ ଲାଇନ ଭିତରେ ଆୟୋଜନ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭା ଅବସରରେ କୁକୁଡାଖଣ୍ଡି ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଗୋବିନ୍ଦ ବେହେରାଙ୍କ ସ୍ମୃତି ଉଧେଷ୍ୟରେ ଏକ ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡିଶା ଭାସ୍କରର ମନୋଜ କୁମାର ପାତ୍ର, ଅନୁପମ ଭାରତର P କୃଷ୍ଣମୂର୍ତ୍ତ, ଧରିତ୍ରୀର ପ୍ରଶାନ୍ତ ରଣା, ସର୍ବସାଧାରଣର ଈଶ୍ୱର ସେଠୀ, ପ୍ରମେୟର ହିମାଂଶୁ ଶେଖର ପାଢ଼ୀ, ଈଶା ନିଉଜ ଓଡ଼ିଆର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା, ଓଡିଶା ଖବରର ବିଭୁନନ୍ଦନ ପଣ୍ଡା,ନିର୍ଭୟର ନାଗେଶ କୁମାର ପାତ୍ର, ସମୟ ଲାଇଭର ସଞ୍ଜୟ କୁମାର ସାହୁ,ଓଡିଶା ହାଲଚାଲ ପ୍ରତାପ କୁମାର ସାହୁ, PPl କାହ୍ନୁ ପ୍ରସାଦ ମହାନ୍ତି,ଦୁନିଆ ହାଲଚାଲ E. ରଞ୍ଜନ,ସକାଳର ନୃଶିଙ୍ଗ ନାଥ ସାବତ ସମ୍ବାଦର ଅମୀର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଗୋବିନ୍ଦଙ୍କ ସହ ବିତେଇଥିବା ନିଜର ଅନୁଭୂତି ସ୍ମୃତିକୁ ନିଜ ନିଜର ବକ୍ତବ୍ୟ ଭାବରେ ରଖିବା ସହ ଗୋବିନ୍ଦଙ୍କ ପରିବାରଙ୍କ ପାଇଁ ସରକାରୀ ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଗଞ୍ଜାମର ଆଉ ତିନିଜଣ ସାମ୍ବାଦିକ ବନ୍ଧୁ ମଧ୍ୟ ଏହି କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।ତଥା ଶେରଗଡର ସାମ୍ବାଦିକ କରୁଣାକର ସାହୁ ଚିକିଟିର ମନୋଜ କୁମାର ସାହୁ ଏବଂ ବାଲିପଦରର ରତ୍ନାକର ମହାରଣାଙ୍କର ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ।ଏଭଳି ଏକ ବିଷମ ପରିସ୍ଥିତିରେ ସତର୍କତା ସହ ଖବର ସଂଗ୍ରହ କରିବା ପାଇଁ ମନୋଜ ପାତ୍ର ସାମ୍ବାଦିକ ଭାଇ ମାନକୁ ସଚେତନ କରାଇ ଥିଲେ। ଆସନ୍ତା ସୋମବାର ଦିନ କୁକୁଡାଖଣ୍ଡିର ସମସ୍ତ ସାମ୍ବାଦିକ ଏକାଠି ହୋଇ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଗୋବିନ୍ଦଙ୍କ ପାଇଁ ଆନୁଷଙ୍ଗିକ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଜଣେଇବାକୁ ନିଷ୍ପତି ନେଇଛନ୍ତି।
No Result
View All Result