No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ଜିରୋ ଟଲରେନସ୍ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଂଚଳର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ନିଜର ଆଭାମୁଖ୍ୟ କଡ଼ା କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା, ମାସ୍କ ବ୍ୟବହାର ନକରି ବାହାରେ ବୁଲାବୁଲି କରୁଥିବା ଏବଂ ବିନା କାରଣରେ ବାଇକ ନେଇ ଘୁରି ବୁଲୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସହର ବୁଲି ଲୋକଙ୍କୁ କୋଭାଡ଼ କଟକଣାକୁ ପାଳନ କରିବା ପାଇଁ ସଚେତନ କରିବା ସହ ପରାମର୍ଶ ଦେଇଥିଲେ ।
ପରେ ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରାଯାଇଥିଲା । ଓଡ଼ିଶାରେ କରୋନା ଭୁତାଣୁର କ୍ରମବଦ୍ଧିଷ୍ଣୁ ସଂକ୍ରମଣ ଏବଂ ସ୍ଥାନୀୟ ଅଂଚଳବାସୀଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ପୌର, ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ପ୍ରଶାସନିକ ସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ତଥାପି ପନିପରିବା, ରାସନ, ଚାହା ଓ ପାନ ଦୋକାନ ଗୁଡ଼ିକରେ ଗ୍ରାହକ ମାନେ ଜିନିଷ କିଣିବା ବେଳେ ଜନସାଧାରଣ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରୁନଥିବା ପରିଲିକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌର ପ୍ରଶଶସନ ଓ ପୁଲିସ ପ୍ରଶାସନ ଏଦିଗରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟାରେ ପୁଲିସ ଓ ପୌର ପ୍ରଶାସନର ମିଳିତ ଏନଫୋର୍ସମେଂଟ ଟିମ ସ୍ଥାନୀୟ ସହର ପରିଦର୍ଶନ କରୁଥିବା ବେଳେ ସ୍ଥାନୀୟ ପୌରାଂଚଳ ବିଜୁୁ ପଟ୍ଟନାୟକ ଛକ ନିକଟସ୍ଥ ଏକ ମିଠା ଦୋକାନ ଓ ଏକ ଲେଡ଼ିସ୍ କର୍ଣ୍ଣର କୋଭିଡ଼ କଟକଣା ଅବମାନନା କରୁଥିବାରୁ ସଂପୃକ୍ତ ୨ ଦୋକାନକୁ ସିଲ୍ କରାଯାଇଛି । ପରିବା କିମ୍ବା ରାସନ କିଣିବା ବେଳେ ଏକ ମିଟର ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି ।
ସମସ୍ତେ ମାସ୍କ ପିନ୍ଧିବା ଜରୁରୀ, ସମସ୍ତ ଦୋକାନୀ ଗ୍ରାହକଙ୍କୁ ସାମାଜିକ ଦୁରତା ମାନିବା ପ୍ରତି ଧ୍ୟାନ ଦେବେ । ନଚେତ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ଥାନାରେ ମାମଲା ରୁଜୁ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାମାଜିକ ଦୂରତ୍ୱ ରଖିବାରେ ବିଫଳ ହେଉଥିବା ଗ୍ରାହକଙ୍କୁ ସାମଗ୍ରୀ କ୍ରୟର ସୁଯୋଗ ନଦେବା ସହିତ ଦୋକାନୀଙ୍କ ବ୍ୟବସାୟକୁ ମଧ୍ୟ ସାମୟିତ ଭାବେ ବନ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ରେତା ଓ ବିକ୍ରେତା ଉଭୟଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାକୁ ନାଇଟକର୍ଫ୍ୟୁ ସ୍ଥିତିରୁ ଲକଡ଼ାଉନ, ସଟଡ଼ାଉନ ସ୍ଥିତିକୁ ଆଣିବାକୁ ଦିଅନ୍ତୁ ନାହିଁ ।ଏବଂ ଅଯଥା ଗୁଜବରୁ ଦୂରେଇ ରୁହନ୍ତୁ । ନିଜେ ଓ ନିଜ ପରିବାରର ଏବଂ ନିଜ ଅଂଚଳର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result