ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ପାଟପୁର :- ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମକୁ ମଦମୁକ୍ତ କରିବା ନେଇ ଆଲୋଚନା ପରେ ଗ୍ରାମର ୭ ଜଣଙ୍କ ନାମରେ ପାଟପୁର ଥାନାରେ ମିଥ୍ୟା କେସକୁ ନେଇ ଶୁକ୍ରବାର ଦିନ ତାତି ଉଠିଲେ ଗ୍ରାମବାସୀ । ଯାହାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ପ୍ରକାଶ ପାଇବା ସହ ଥାନା ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ । ଖବରପ୍ରକାରେ , ନିସ୍ତିପୁର ଗ୍ରାମରେ ପୂର୍ବରୁ ବେଆଇନ ଭାବେ ଚୋରାମଦ ବିକ୍ରି କରାଯାଉଥିଲା । ଯାହାଫଳରେ ଗ୍ରାମରେ ଗତ ଅପ୍ରେଲ ୧ ତାରିଖରେ ଗ୍ରାମକୁ ମଦମୁକ୍ତ ଗ୍ରାମରେ ପରିଣତ କରିବା ନିମନ୍ତେ ଗ୍ରାମବାସୀ ଓ ମଦ ମାଲିକ ମଧ୍ୟରେ ମଦ ବିକ୍ରି ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଥିଲା ।
ଏହାପରେ ଅପ୍ରେଲ ୨୨ ତାରିଖ ଦିନ ମଦ ମାଲିକ ମାନେ ଜୋର୍ ଜବରଦସ୍ତ ଗ୍ରାମର ୭ ଜଣକ ବିରୋଧରେ ପାଟପୁର ଥାନାରେ ମିଥ୍ୟା କେସ୍ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଗ୍ରାମବାସୀ ମେଳି ବାନ୍ଧି ପାଟପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଗ୍ରାମବାସୀଙ୍କ ଦାବି ରହିଛି ଯେ , ଆଗାମୀ ଦିନରେ ଉକ୍ତ ୭ ଜଣକ ବ୍ୟକ୍ତି ଉପରୁ ଯଦି କେସ୍ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାପରେ ପାଟପୁର ପୋଲିସ ଥାନା ଅଧିକାରୀ ଅଜୟ ବାରିକ ଓ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ବିକ୍ଷୋଭ ପ୍ରଦର୍ଶନ ହଟିଥିବା ଜଣାପଡିଛି । ( ରିପୋର୍ଟ ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )