• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ଭୁବନେଶ୍ୱର’ ପୁସ୍ତକର ବିଶ୍ୱ ଲୋକାର୍ପଣ ୱେବ୍‍ ଉତ୍ସବ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
April 23, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
‘ଭୁବନେଶ୍ୱର’ ପୁସ୍ତକର ବିଶ୍ୱ ଲୋକାର୍ପଣ ୱେବ୍‍ ଉତ୍ସବ ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଭୁବନେଶ୍ୱର :- ଟରୋଣ୍ଟୋ / ଫିଲାଡେଲ୍‍ଫିଆ / ରୋଡ୍‍ସ ଆଇଲ୍ୟାଣ୍ଡ / ଲଣ୍ଡନ / ଶାନ୍ତିନିକେତନ / ଭୁବନେଶ୍ୱର, :- ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ମହାଦେବଙ୍କର ମହିମାକୁ ଆଧାର କରି ଇଂରାଜୀ ଭାଷାରେ ଲିଖିତ ‘ଭୁବନେଶ୍ୱର-ଲର୍ଡ ଶିବଜ୍‍ ଇଷ୍ଟର୍ଣ୍ଣ ଆବୋଡ୍‍’ ଶୀର୍ଷକ ପୁସ୍ତକ ନିକଟରେ ଅନ୍‍ଲାଇନ୍‍ ଯୋଗେ ଉନ୍ମୋଚିତ ହୋଇଯାଇଛି । ସର୍‍ନା ଏଜୁକେସନାଲ ଏଣ୍ଡ କଲ୍‍ଚରାଲ ସର୍ଭିସେସ୍‍ ଦ୍ୱାରା ଲିଖିତ ଓ ପ୍ରସ୍ତୁତ ଏହି ପର୍ଯ୍ୟଟନ କେନ୍ଦ୍ରୀକ ବହିକୁ ଟରୋଣ୍ଟୋସ୍ଥିତ ବିଦ୍ୟା ପବ୍ଲିସିଂ ଇଙ୍କ୍‍ ମୁଦ୍ରଣ ଓ ପ୍ରକାଶ କରିଛନ୍ତି । ଲାଇଭ୍‍ଷ୍ଟ୍ରିମିଂ ଦ୍ୱାରା ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ସମଗ୍ର ବିଶ୍ୱର ବହୁ ଐତିହ୍ୟ ଓ ପର୍ଯ୍ୟଟନପ୍ରେମୀ ବୁଦ୍ଧିଜୀବୀ ଯୋଗଦେଇଥିବା ଦେଖାଯାଇଥିଲା । ଏକଦା ବିନ୍ଦୁସାଗରର ଚତୁଃପାଶ୍ୱର୍ରେ ୭୦୦୦ ମନ୍ଦିର ଥିବାର ଦୃଷ୍ଟାନ୍ତ ରହିଛି । ଏବେ ଏହାର ସଂଖ୍ୟା ମାତ୍ର ୩୦୦ ।

ଏହି ପୁସ୍ତକରେ ସନ୍ନିବେଶିତ କିମ୍ବଦନ୍ତୀଠାରୁ ଆରମ୍ଭ କରି ପୌରାଣିକ ତଥ୍ୟ ତଥା ସ୍ଥାପତ୍ୟ ଠାରୁ ନେଇ ଭାସ୍କର୍ଯ୍ୟ ଓ ଆଧ୍ୟାତ୍ମିକତା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ସମ୍ପର୍କରେ ଚିତ୍ରକଳା ଏବଂ ଅଙ୍କନ ମାଧ୍ୟମରେ ବେଶ୍‍ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । ଖୁବ୍‍ ସରଳ ଓ ଲୋକଙ୍କ ବୁଝିବା ଭାଷାରେ ଲିଖିତ ଏହି ପୁସ୍ତକ ଦେଶବିଦେଶରେ ପାଠକ ଏବଂ ପର୍ଯ୍ୟଟକମାନଙ୍କ ଦ୍ୱାରା ବେଶ୍‍ ଆଦୃତ ହେବ ବୋଲି ବକ୍ତାମାନେ ଏହି ଅବସରରେ ସୂଚାଇଥିଲେ । ଭର୍ଚ୍ଚୁଆଲ୍‍ ସଭା ଆରମ୍ଭରେ ସୁଦକ୍ଷ ସଂଯୋଜକ ପ୍ରଶାନ୍ତ ଭୂୟାଁ ତାଙ୍କର ସ୍ୱାଗତ ଭାଷଣ ପ୍ରଦାନ କରି ବହି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶିବଙ୍କର ପୀଠସ୍ଥଳୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରର ମହତ୍ୱ ଉପରେ ବିଂଶ ଶତାବ୍ଦୀର ଆରମ୍ଭରୁ ଲେଖାଯାଇଥିବା ପୁସ୍ତକଗୁଡ଼ିକ ଉପରେ ଶ୍ରୀ ଭୂୟାଁ ବିଶଦ ଭାବେ ଆଲୋକପାତ କରିଥିଲେ । ଏହାପରେ ପ୍ରଖ୍ୟାତ ସଂଗୀତଜ୍ଞ ସୁସ୍ମିତା ଦାସ ଶିବସ୍ତୁତି ଗାନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଦ କରିଦେଇଥିଲେ ।

ୱେବ୍‍ ବୈଠକକୁ ସମ୍ବୋଧନ କରି ସମ୍ମାନିତ ଅତିଥି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର କିଶୋର ବସା ପୁସ୍ତକଟିର ଉଚ୍ଚକୋଟୀର ଲେଖା, ସମାବେଶିତ ଦୁର୍ଲଭ ବିଷୟବସ୍ତୁ, ସୁନ୍ଦର ଉପସ୍ଥାପନା ଏବଂ ଗୁଣାତ୍ମକ ପ୍ରକାଶନର ଭୂରୀଭୂରୀ ପ୍ରଶଂସା କରିଥିଲେ । ଐତିହ୍ୟ ଏକାଧାରରେ ଅତୀତର ପ୍ରତିଫଳନ ଏବଂ ଭବିଷ୍ୟତର ଅବଲୋକନ ବୋଲି ଉଲ୍ଲେଖ କରି ପ୍ରଫେସର ବସା, ଐତିହ୍ୟର ପ୍ରୋତ୍ସାହନ କେବଳ ବିଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ନୁହଁ ବରଂ ଅଧିକରୁ ଅଧିକ ସାଧାରଣ ଲୋକଙ୍କ ସାମିଲ ଦ୍ୱାରା ଅଧୀକ ସମ୍ଭବପର ହେବ ବୋଲି କହିଥିଲେ । ଐତିହ୍ୟକୁ ଜନସାଧାରଣଙ୍କ ନିକଟରେ ପହୁଁଚାଇବା ପାଇଁ ‘ଭୁବନେଶ୍ୱର’ ପୁସ୍ତକ ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଫେସର ବସା ଦୃଢ଼ ଆଶା ପ୍ରକଟ କରିଥିଲେ ।

ଇଣ୍ଟରନେଟ୍‍ ସମାବେଶରେ ଉଦ୍‍ବୋଧନ ଦେଇ ସମ୍ମାନିତ ବକ୍ତା ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟୁରିଜିମ୍‍ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟର ପ୍ରାଧ୍ୟାପକ ଆଦ୍ୟାଶା ଦାସ, ବହିଟିରେ ବାସ୍ତବିକ ଏବଂ ଅବାସ୍ତବିକ ବସ୍ତୁଗୁଡ଼ିକର ଅନନ୍ୟ ଓ ଅପୂର୍ବ ସମାହାର ଘଟିଛି ବୋଲି ସୁଚାଇଥିଲେ । ଏହା ସାମ୍ପ୍ରତିକ ନୂଆଯୁଗର ନିଆରା ଏବଂ ଖାଣ୍ଟି ପର୍ଯ୍ୟଟକମାନଙ୍କ ପାଇଁ ସଠିକ୍‍ ମାର୍ଗଦର୍ଶକ ସ୍ଥାପିତ ହେବ ବୋଲି ଶ୍ରୀମତୀ ଦାସ ଦମ୍ଭ ପ୍ରକାଶ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଭୁବନେଶବରକୁ ସାରା ପୃଥିବୀର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ଏହି ପୁସ୍ତକ ସାକାରତ୍ମକ ଭୂମିକା ନିର୍ବାହ କରିବ ବୋଲି ମତ ପ୍ରକାଶ କରିଥିଲେ ।

ସର୍‍ନାର ପ୍ରତିଷ୍ଠାତା ଜୀତୁ ମିଶ୍ର, ଓଡ଼ିଶାର ଗାଁ ଗହଳର ଅସଲ କଥା, ଦେଶ ବାହାରେ ବ୍ୟାପକ ଭାବେ ପ୍ରଚାର, ପ୍ରସାର ନ ହେବା ଫଳରେ ରାଜ୍ୟକୁ ଯଥୋଚିତ ପରିଚିତି ମିଳିପାରି ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଶ୍ୱ ଦରବାରରେ ଆର୍ଥିକ ଓ ସାଂସ୍କୃତିକ ସମ୍ମାନକୁ ଭିତ୍ତି କରି ଦଣ୍ଡାୟମାନ ହେବାକୁ ହେଲେ ଆମର ହସ୍ତଶିଳ୍ପ ଏବଂ ପ୍ରୟୋଗାତ୍ମକ ପର୍ଯ୍ୟଟନର ଭିତ୍ତିଭୂମିକୁ ସଶକ୍ତ ଓ ସମୃଦ୍ଧ କରିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଥିଲେ । ସରନାର ଅନ୍ୟତମ ସଂସ୍ଥାପକ ରୋଜାଲିନ ଦାଶ ଓ ଡକ୍ଟର ସୁଶ୍ରୀ ମହାନ୍ତି, ତାଙ୍କଦ୍ୱାରା ନବଗଠିତ ସଂସ୍ଥାର ଆଭିମୁଖ୍ୟ ଘୋଷଣା କରିବା ସାଙ୍ଗକୁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ ।

ବିଦ୍ୟା ପବ୍ଲିସିଂ ଇଙ୍କ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତନ୍ମୟ ପଣ୍ଡା, ପୁସ୍ତକର ପ୍ରୋତ୍ସାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆୟୋଜକ ଅକ୍ଷୟ ମହାନ୍ତି ଓଡ଼ିଶା ଓ ଓଡ଼ିଆଙ୍କର ଗୁଣବତ୍ତାକୁ ଉତ୍ସାହିତ କରିବା ଉପରେ ଜୋର୍‍ ଦେଇଥିଲେ । ଧୀରେନ୍ଦ୍ର କର, ବହିଟି ଆମାଜନ୍‍ରେ ବହୁଳ ଭାବେ ବିକ୍ରି ହେବ ବୋଲି ସୂଚାଇଥିଲେ । ଲାଲୁ ମାନସିଂହ ବହିଟିକୁ ଅନ୍‍ଲାଇନ୍‍ ଯୋଗେ ଉପଲବ୍ଧ କରିବାକୁ ପରାମର୍ଶ ଦେଇଥିଲେ । ଅର୍ଜୁନ ପୁରୋହିତ, ସ୍ମାର୍ଟସିଟି ଭୁବନେଶ୍ୱର ପୁରୁଣା ଓ ନୂଆ ମିଶ୍ରଣର ଏକ ବିଚିତ୍ର ଅଭ୍ୟୁଦୟ ବୋଲି ଉଲ୍ଲେଖ କରିଥିଲେ । ଶାନ୍ତି ନିକେତନରୁ କୈଳାସ ପଟ୍ଟନାୟକ, ପୁସ୍ତକର ପ୍ରକାଶନ ପାଇଁ ସଦିଚ୍ଛା ଓ ଶୁଭେଚ୍ଛା ଜଣାଇଥିଲେ । ବସନ୍ତ କୁମାର ପଣ୍ଡା ବହିଟି ସୂଚନାତ୍ମକ ବୋଲି ଅବତାରଣା କରିଥିଲେ । ନିରଞ୍ଜନ ମିଶ୍ର, ଆମର ହୃତଗୌରବର ପୁନଃଉଦ୍ଧାର କରାଯିବା ପାଇଁ ଆହ୍ୱାନ ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଥାଇଲାଣ୍ଡରୁ ଆଦ୍ରିଶ ବ୍ରହ୍ମଦତ୍ତ, ଓଡ଼ିଶାରୁ ସୁଦର୍ଶନ ଚିତ୍ରକର, କୁଏତ୍‍ରୁ ତୁଷାରକାନ୍ତି ମିଶ୍ର, ବାଙ୍ଗାଲୋରରୁ ପ୍ରସନ୍ନ ଭଗବାନ, ଲଣ୍ଡନରୁ ଡଃ ପ୍ରକାଶ ଦେ, ଟରୋଣ୍ଟୋରୁ ଶ୍ରୀ ଗୋପାଳ ମହାନ୍ତି, ଟରୋଣ୍ଟୋରୁ ଗଗନ ପାଣିଗ୍ରାହୀ, ଆମେରିକାରୁ ଚନ୍ଦ୍ରା ମିଶ୍ର, ବାଙ୍ଗାଲୋରରୁ ତାପସ ରାଜ ପ୍ରମୁଖ ଚର୍ଚ୍ଚାରେ ଭାଗ ନେଇ ଉଭୟ ସର୍‍ନା ଏବଂ ବିଦ୍ୟା ପବ୍ଲିସିଂର ପ୍ରଥମ ପ୍ରସ୍ତୁତି ଭାବରେ ଏହି ପୁସ୍ତକ ଉନ୍ମୋଚନ ଅବସରରେ ଉଭୟ ଅନୁଷ୍ଠାନକୁ ଶୁଭକାମନା ଜଣାଇବା ସାଙ୍ଗକୁ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।

ବିଦ୍ୟା ପବ୍ଲିସିଂ ଇଙ୍କ୍‍ର ସହପ୍ରତିଷ୍ଠାତା ଓ ସି.ଇ.ଓ ଡଃ ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କାନ୍‍ବେରାରୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, ନିଉ ଇଂଲଣ୍ଡ ଓଡ଼ିଶା ସମାଜର ସଭାପତି ଦେବଦତ୍ତ ବେହେରା, ମାଲେସିଆରୁ ପ୍ରଫେସର ଦିପ୍ତୀ ନନ୍ଦ, ୟୁ.କେରୁ ଜୟଶ୍ରୀ ନନ୍ଦ, ଆର‌୍ୟାଲ୍ୟାଣ୍ଡରୁ ସଂଜୀବ ବାରିକ, ପୁନେରୁ ବିଜୟ ରଥ, ଭୁବନେଶ୍ୱରରୁ ବିକାଶ ଫାଉଣ୍ଡେସନର ପ୍ରତିଷ୍ଠାତା କୃପାନିଧି ବିଶ୍ୱାଳ ଏବଂ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ମନୋଜ ନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଲୋକାର୍ପଣ ଉତ୍ସବ ଆୟୋଜନରେ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ଏବଂ ନିଉଇଂଲଣ୍ଡ ଓଡ଼ିଶା ସମାଜ ସହଯୋଗ କରିଥିଲେ । ଡିଜିଟାଲ ମଞ୍ଚର ନିୟନ୍ତ୍ରଣ କକ୍ଷକୁ ସୃଷ୍ଟି ପଣ୍ଡା ସଫଳ ଭାବେ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version