No Result
View All Result
ରାଜ୍ୟର ସରକାର ଙ୍କ ନିର୍ଦେଶ ଅନୁସାରେ ଲିଜ୍ ନେଇଥିବା ଖଣି ଖନନ ଚାଲିଛି ହେଲେ ଖଣି ପୋତିବା ମନୋବୃତି ରେ ଉଣା ଦେଖାଦେଇଛି , କେବେ ଆସିବ ସୁଧାର..? ଚାଲିଯାଉଥିବା ନିରୀହ ଜୀବନଙ୍କ ପାଇଁ କିଏ ରହିବ ଦାୟୀ ..?
ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ , ଗୁରୁବାର ) ଓଡ଼ଗାଁ :- ପଥର ଖଣି ମାଫିଆ ଙ୍କ ଦ୍ଵାରା ବେଆଇନ ଭାବେ ପଥର ଖଣି ଖନନ ତ ହେଉଛି ହେଲେ ଖଣି କୁ ପୋତା ଯାଉନାହିଁ ଯାହା ଫଳରେ ବଳି ପଡୁଛି ନିରୀହ ଜୀବନ । ଏହି ଖଣି ମାଲିକ ମାନେ ପଥରଖଣି ଖୋଳି ପଥର ଆଦାୟ କରୁଥିବା ବେଳେ ଅନ୍ୟପଟେ ବେଖ୍ୟାଲ ମନୋବୃତି ଭାବେ ଖୋଳା ସ୍ଥାନ ଗୁଡିକ ରେ ମାଟି ଦେଇ ପୋତୁ ନାହାନ୍ତି ଏହାକୁ ଦେଖି ଆଖିଠାର କରୁଛି ତହସିଲ … ପ୍ରଶାସନ ଏହାକୁ ଦେଖି ମଧ୍ୟ ନିରୀହ ଲୋକ ଙ୍କ ପାଇଁ ହୋଇଥିବା ମରଣ ଯନ୍ତା କୁ ପୋତିବାକୁ କଡା ନିର୍ଦେଶ ଦେଉନାହିଁ କାହିଁକି..? ଲିଜ୍ ନେଇଥିବା ଖଣି ଗୁଡିକ ଖନନ ପରେ ଖଣି ପୋତା ନହୋଇ ମରଣ ଯନ୍ତା ପାଲଟିଯାଉଛି ସାଧାରଣ ଲୋକଙ୍କ ପାଇଁ …. ସାଧାରଣରେ ଏହି ଖଣି କୁ ପୋତିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ନିୟମ କେବେ ହେବ କାର୍ଯ୍ୟକାରୀ ଏହା ଲୋକଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେହିଭଳି ଓଡ଼ଗାଁ ରେ ଖନନ ଖଣି ର ଅସାବଧାନତା ପାଇଁ ଚାଲିଗଲା ନିରୀହ ମଣିଷ ଜୀବନ । ସାଇକେଲରେ ଆମ୍ବ ତୋଟାକୁ ଯିବାବେଳେ ଭାରସାମ୍ୟ ହରାଇ ମାଙ୍କଡ଼ାପଥର ଖଣି ଭିତରେ ପଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଅଞ୍ଚଳର ମାଙ୍କଡ଼ା ଖଣି ନିକଟରେ , ଆଜି ଦିନ ଦ୍ବିପହର ସମୟରେ କୋମଣ୍ଡର ମଙ୍ଗୁଳୁ ନାୟକ ( ୫୫ବର୍ଷ ) ସାଇକେଲ ଯୋଗେ ଖଣି ଦେଇ ଯିବାବେଳେ ଭାରସାମ୍ୟ ହରାଇବା ଯୋଗୁଁ ସାଇକେଲ ସହ ଖଣି ଭିତରକୁ ଖସିପଡିଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା ।
ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ବେଳେ ଉକ୍ତ ବ୍ୟକ୍ତି ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି । ଖାଲି ଗୋଟିଏ ଜୀବନ ନୁହେଁ ଏହି ଭଳି ଖନନଖଣି କୁ ପୋତା ନଗଲେ ଅନେକ ଜୀବ ଜନ୍ତୁ ତଥା ମଣିଷ ଜୀବନ ଚାଲି ଯିବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣା ପରେ ଆଦର୍ଶ ଥାନା ରେ UD କେସ୍ ନମ୍ବର ୯ ରୁଜୁ ହୋଇଥିବା ଜଣାଯାଇଛି ।
ଯେଉଁଠାରେ ଲିଜ୍ ନେଇଥିବା ଖଣି ମାଲିକ ଙ୍କ ନାମରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ପ୍ରକାଶ ପାଉଛି ସେଠାରେ ଏହି ଭଳି UD କେସ୍ ହୋଇଥିବା ନେଇ କୋଉଠି ନା କୋଉଠି ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିବା ଜଣାଯାଉଛି । ଏହି ଭଳି ଖଣି ଗୁଡିକ ପୋତିବା ପାଇଁ କଡା ନିର୍ଦେଶନାମା କାର୍ଯ୍ୟକାରୀ ହେଉ ବୋଲି ଓଡ଼ଗାଁ ର ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result