No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ହିଞ୍ଜିଳିକାଟୁ :- ନୂତନ ଓଡ଼ିଶା ଗଠନ ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ‘ମୋ ସରକାର’ ଯୋଜନାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅର୍ନ୍ତଭୁକ୍ତ କରାଯାଇଛି । ପ୍ରଚଳିତ ଶିକ୍ଷା ନୀତିରେ ସଂସ୍କାରକୁ ଗୁରୁତ୍ୱ ପ୍ରଦାନ କରାଯାଇ ଗୁଣାତ୍ମକ ଶିକ୍ଷା ପଦ୍ଧତି ବିଦ୍ଧିବଦ୍ଧ ଭାବେ ପ୍ରଚଳନ କରାଯିବା ସହ ଭିତିଭୂମି ଆଧୁନିକ ପାଠାଗାର ଓ ସ୍ମ୍ରାଟ ଶ୍ରେଣୀ ଗୃହ ଗୁଡ଼ିକର ରୁପାନ୍ତିକରଣ ଦିଗରେ ଅଗ୍ରାଧିକାର ଦିଆଯାଇଛି । ଗ୍ରାମାଂଚଳର ଶିକ୍ଷାର୍ଥୀ ମାନଙ୍କୁ ଉତମ ଶୈକ୍ଷିକ ପରିବେଶ ଓ ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରଚଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସିରେ ସ୍ଥାନିତ ହୋଇଥିବା ବେଳେ ସେଥି ମଧ୍ୟରୁ ହିଞ୍ଜିଳିକାଟୁ ବ୍ଳକର ୨୫ଟି ଉଚ୍ଚ ବିଦ୍ୟାଳୟକୁ ଅର୍ନ୍ତଭୁକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକୁ ବାରମ୍ବାର ଅନୁଧ୍ୟାନ, ସମୀକ୍ଷା ସହ ଭିତିଭୂମିର ସୁବ୍ୟବସ୍ଥା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହର ନିର୍ମାଣ କ୍ଷେତ୍ରରେ ତୃଟିକୁ ମାର୍ଜିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ହିଞ୍ଜିଳିକାଟୁ ବ୍ଳକ ସାରୁ ଉଚ୍ଚ ବିଦ୍ୟାଳୟର ସ୍ମ୍ରାଟ ଶ୍ରେଣୀ ଗୃହ ପରିସରରେ ଜିଲ୍ଲା ସ୍ତରୀୟ ସ୍ମ୍ରାଟ ଶ୍ରେଣୀ ଗୃହର ରୁପାନ୍ତକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାର୍ତୟ ଭାଉ ସାହେବ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସଂପୃକ୍ତ ପଂଚାୟତର ସରଂପଚ ରମା ଦାସ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଶିକ୍ଷାଦାନ ବ୍ୟବସ୍ଥାରେ ସରକାରଙ୍କ ଆଭିମୁଖ୍ୟ, ବିଦ୍ୟାଳୟ ଗୁଡ଼ିକର ଭିତଭୁମି, ଆବ୍ୟଶ୍ୟକୀୟ ପାଠ୍ୟ ବ୍ୟବସ୍ଥା ଓ ଶିକ୍ଷାର୍ଥୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସହ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ନୂତନ ଅନୁଭୁତି ସର୍ମ୍ପକରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ହିଞ୍ଜିଳିରେ ନିର୍ମିତ ହୋଇଥିବା ସମସ୍ତ ବିଦ୍ୟାଳୟର ସ୍ମ୍ରାଟ ଶ୍ରେଣୀ ଗୃହର ସାଜସଜ୍ଜା, ଆଧୁନିକ ପାଠାଗାର, ଶୌଚାଳୟ, ଖେଳ ପଡ଼ିଆ, ମୋ ବଗିଚା, ପାନୀୟ ଜଳର ସୁବନ୍ଦୋବସ୍ତ ଆଦି ରୁପାନ୍ତକରଣ ସର୍ମ୍ପକରେ ଅନୁଧ୍ୟାନ କରି ନିଜ ନିଜ ବ୍ଳକରେ ଏହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ବିଡ଼ିଓ, ସହକାରୀ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ତୃଟି ବିଚ୍ୟୁତିକୁ ସଂଶୋଧନ କରାଯାଇ ସମାନ ଢଙ୍ଗରେ ପାଣ୍ଠି ଅନୁଯାୟୀ ଏଗୁଡ଼ିକର ନିର୍ମାଣ ଦିଗରେ ଯତ୍ନବାନ ହେବାକୁ ପିଡ଼ି ଶ୍ରୀ ଭାଉସାହେବ କହିଥିଲେ । ପରେ ସଂପୃକ୍ତ ବିଦ୍ୟାଳୟ ପରିସରରେ ଅତିଥି ବୃନ୍ଦ ଚାରା ରୋପଣ କରିଥିଲେ । ଉକ୍ତ କର୍ମଶାଳାରେ ଭାରପ୍ରାପ୍ତ ବିଡ଼ିଓ ଅରୁଣ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଅଜିତ ପାତ୍ର, ସଭ୍ୟ ରାମଚନ୍ଦ୍ର ସାହୁ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ପିଇଓ ଏସ. ରାଜେଶ ରାଓ, କନିଷ୍ଠ ଯନ୍ତ୍ରୀ ଜାନକି ପାତ୍ର, କେଦାର ପଣ୍ଡା, ସିମାଂଚଳ ଦାଶ, ହର୍ଷବର୍ଦ୍ଧନ କର, ସୁଶିଳ ପଣ୍ଡା,ପଂଚାୟତ ସମିତି କର୍ମଚାରୀ ଦିବାଧର ପୂଜାରୀ, ଗୋପାଳ ରେଡ୍ଡିଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବ୍ଳକର ବିଡ଼ିଓ, ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ ପଦସ୍ଥ ଅଧିକାରୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result