No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ମଙ୍ଗଳବାର ଗଞ୍ଜାମ ଜିଲ୍ଲାରେ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ଉପାୟରେ ସଚେତନ କରିବା ସହିତ କେତେବେଳେ ଆକ୍ସନ ମୁଡ୍ ତ କେତେବେଳେ ହାତଯୋଡି ନେହୁରା ହେଉଛନ୍ତି । ତଥାପି କିଛି ଅମାନିଆ ନିଜ ଜିଦରେ ଅଟଳ ରହିବା ସହିତ ପ୍ରଶାସନର କୋଭିଡ କଟକଣାକୁ ଉଲଘଂନ କରୁଥିବା ଦେଖିବାକୁ ମିଳିଛି । ବୁଧବାର ସକାଳେ ହିଞ୍ଜିଳି ପୁଲିସ ଓ ପୈାର ପ୍ରଶାସନର ମିଳିତ ସହଯୋଗରେ ଏନଫୋର୍ସମେଣ୍ଟ ଟିମ୍ ସହର ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲା । ସ୍ଥାନୀୟ ପୌରାଞ୍ଚଳ ପରିବା ବଜାର ଏକ ପରିବା ଦୋକାନୀ କୋଭିଡ କଟକଣାକୁ ଉଲଘଂନ କରୁଥିବାରୁ ସଂପୃକ୍ତ ଦୋକାନକୁ ସିଲ୍ କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ପୈାରୁ କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ଏ ମୋହନ ରାଓ ଆଚାରୀ, ବିବେକାନନ୍ଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result