No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରେନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ଖୁବ୍ କ୍ଷିପ୍ର ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ ଜନ ସଚେତନତା ସୃଷ୍ଟି କରାଯାଉଛି । ତଥାପି କିଛି ଅମାନିଆଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚୈତ୍ର ୪ର୍ଥ ପାଳି ମଙ୍ଗଳବାର ଯାତ୍ରା ବନ୍ଦ କରାଯିବା ସହ କେବଳ ନିତିକାନ୍ତି ମଧ୍ୟରେ ମନ୍ଦିର ଗୁଡ଼ିକରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ପ୍ରଶାସନର କଟକଣାକୁ ଅବମାନନା କରି ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡ଼ା ପଂଚାୟତ ସ୍ଥିତ ମା’ ଶ୍ୟାମଳାଇ ପୀଠ ଓ ଖରିଡ଼ା ପଂଚାୟତ ସ୍ଥିତ ମା’ କରେଇଶୁଣୀ ପୀଠରେ ଚୈତ୍ର ୪ର୍ଥ ପାଳି ମଙ୍ଗଳବାର ଯାତ୍ରାରେ ଜିଲ୍ଲା ପ୍ରଶାସନର କଟକଣାକୁ ଅବମାନନା କରାଯାଉଥିବାର ଦେଖିବାକୁ ମିଳିଥିଲା । ଚୈତ୍ର ମାସ ଚତୁର୍ଥ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ମହାମାରୀ କରୋନା ଭୁତାରୁ ସଂକ୍ରମଣର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁତନ ଏସଓପି ଜାରି କରାଯାଇଛି । ମଙ୍ଗଳବାର ସ୍ଥାନୀୟ ଅଂଚଳରେ ଜିଲ୍ଲା ପ୍ରଶାସନର କଟକଣାକୁ ବହୁ ଶ୍ରଦ୍ଧାଳୁ ଅମାନ୍ୟ କରିଥିବାର ଦେଖିବାକୁ ମିଳିଥିଲା । ଦୂରଦୁରାନ୍ତରରୁ ଭକ୍ତ ମାନେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ଖବର ପାଇ ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ ମନ୍ଦିର ପରିସରରେ ପଂହଚି ମନ୍ଦିର ପରିସରରୁ ଭକ୍ତ ମାନଙ୍କୁ ହଟାଇବା ସହ ମନ୍ଦିର ମୁୁଖ୍ୟ ଦ୍ୱାରରେ ତାଲା ପକାଇଥିବା ଦେଖିବାକୁ ମିଳିଥିଲା । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result