• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକଣାକୁ କମିଟିର ଅବମାନନା ; ମନ୍ଦିର ସ୍ଥଳୀରେ ପ୍ରବଳ ଗହଳି

Proprietor Abhimanyu Maharana by Proprietor Abhimanyu Maharana
April 20, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
କଟକଣାକୁ କମିଟିର ଅବମାନନା ; ମନ୍ଦିର ସ୍ଥଳୀରେ ପ୍ରବଳ ଗହଳି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ହିଞ୍ଜିଳିକାଟୁ :-  ଦେଶ ତଥା ରାଜ୍ୟରେ କରୋନା ମହାମାରୀର ୨ୟ ଲହର ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଚାଲିଛି । ଦିନକୁ ଦିନ ଏହି ଭୁତାଣୁର ସ୍ଥିତି ଭୀଷଣ, ଭୟଙ୍କର ଓ ଅଣାୟତ ଆଡକୁ ଗତି କରୁଛି । ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ଏକ ବିପର୍ଯ୍ୟୟ ସମୟରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଥାକୁ ଆପଣେଇ ପୂଜାର୍ଚ୍ଚନା ନାଁ ରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଇବା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସବୁଠାରୁ ଉଦବେଗର କାରଣ ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଜାରି ହୋଇଥିଲା ବେଳେ ପୂଜାର୍ଚ୍ଚନା ଲାଗି ମନ୍ଦିର ସ୍ଥଳୀରେ ଶହ ଶହ ଲୋକଙ୍କର ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଳକ ଖରିଡା ପଞ୍ଚାୟତ ରେ ଘଟିଥିବା ଜଣାପଡ଼ିଛି।ସମ୍ପୃକ୍ତ ପଞ୍ଚାୟତରେ ଥିବା ଠାକୁରାଣୀ ଓ କରେଇଶୁଣି ମନ୍ଦିର ସ୍ଥଳୀରେ ପୂଜାର୍ଚ୍ଚନା ଓ ଭୋଜିଭାତର ଆସରରେ ଶହ ଶହ ଲୋକଙ୍କ ସମାବେଶ ପ୍ରଶାସନକୁ ତାଜୁବ କରିଥିବା ଜଣାପଡ଼ିଛି । ଘଟଣାର ଅନୁସନ୍ଧାନରୁ ଜଣାଯାଇଛି , ହିଞ୍ଜିଳି ବ୍ଲକ ଖରିଡା ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଏକ ବିରାଟ ପଟୁଆରରେ ଗ୍ରାମର ଠାକୁରାଣୀ ଓ କରେଇଶୁଣି ମନ୍ଦିରକୁ ଯାଇ ପଣାପାଣି, ଲିଆ, ମୁଆଁ ଆଦି ଭୋଗ ଲାଗି ପୂଜାର୍ଚ୍ଚନା କରିଥିଲେ । ଦିନକ ପୂର୍ବରୁ କରେଇଶୁଣି ମନ୍ଦିର ପରିଚାଳନା କମିଟିର ସଦସ୍ୟ ଗୌରାଙ୍ଗ ସ୍ବାଇଁକୁ ଗତ ରବିବାର ରାତିରେ କୁଆଡେ ଦେବୀଙ୍କ ସ୍ୱପ୍ନାଦେଶ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି ।

ସ୍ୱପ୍ନାଦେଶ ପ୍ରକାରେ ମଙ୍ଗଳବାର ଗ୍ରାମ ଦେବୀଙ୍କୁ ପଣା, ପାଣି,ମୁଆଁ,ଲିଆ ଆଦି ଦେଇ ସନ୍ତୁଷ୍ଟ କଲେ ଦେବୀ ସନ୍ତୁଷ୍ଟ ହେବେ ଓ କରୋନା ମହାମାରୀ ଦୂର ହୋଇଯିବ । ତଦନୁଯାୟୀ ମନ୍ଦିର ପରିଚାଳନା କମିଟିର କାଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଅନ୍ୟତମ ସଦସ୍ୟ ଈଶ୍ୱର ପ୍ରଧାନ ଓ ଅଭିରାମ ସାହୁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସୋମବାର ସନ୍ଧ୍ୟାରେ ଗାଁ ସାରା ଢେଣ୍ଡୁରା ଜରିଆରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ପ୍ରତି ଘରୁ ଜଣେ ଲେଖାଏଁ ସ୍ତ୍ରୀ ଲୋକ ଯୋଗଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ମଙ୍ଗଳବାର ପୂଜାର୍ଚ୍ଚନା ନେଇ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଥିଲା । ଏନେଇ ସାମାଜିକ ଗଣ ମାଧ୍ୟମରେ ଏକ ଭିଡିଓ ଘୁରି ବୁଲୁଥିବା ଦେଖା ଯାଉଥିଲା । ଘଟଣା ପରେ ସରପଞ୍ଚ ରଘୁନାଥ ବେହେରା ଧେଣ୍ଡୁରା ବିଷୟରେ ଅବଗତ ଥିଲେ କିନ୍ତୁ କାର୍ଯ୍ୟକ୍ରମ ତାଙ୍କ ଅଗୋଚରରେ ଏହା ହୋଇଥିଲା ବୋଲି ସେ କହିଛନ୍ତି । ପରେ ପିଇଓ ସୁଶାନ୍ତ କୁମାର ପାତ୍ର, ଶିକିରି ରାଜସ୍ୱ ନିରୀକ୍ଷକ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାସଙ୍କୁ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ସେ ଭିଡ଼ିଓ ନଜରକୁ ଆସିବା ପରେ ଘଟଣା ସ୍ଥଳ କୁ ସଦଳ ବଳେ ଯାଇଥିଲେ ମଧ୍ୟ କାହାକୁ ପୂଜାର୍ଚନା ସ୍ଥଳରେ ପାଇ ନ ଥିବା ପ୍ରକାଶ କରିଛନ୍ତି । ତଦନ୍ତ ଚାଲିଛି, ଯଦି ଭାଇରଲ ଭିଡ଼ିଓ ର ସତ୍ୟତା ସାବ୍ୟସ୍ତ ହେଲେ ଆୟୋଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ୱଷ୍ଟ କରିଥିଲେ । ଘଟଣା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା ସ୍ଥିତି ପ୍ରତି ପ୍ରଶାସନ ସଜାଗ ଥିଲା ବେଳେ ମନ୍ଦିର କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ କାର୍ଯ୍ୟକ୍ରମ ବେଶ ଆଲୋଡନ ସୃଷ୍ଟି କରିଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

July 22, 2026
ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

Pimpri-Chinchwad : E-scooters caught fire while charging; Three two-wheelers burnt, one seriously injured in building fire

July 21, 2026
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

July 22, 2026
ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ  : ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version