No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ମଙ୍ଗଳବାର ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସେ କହିଛନ୍ତ, ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ । ରଥଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି । ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର ମୁତୟନ ହେବେ ।
ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅର୍ନିଦ୍ଦିଷ୍ଟ କାଳ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ କରାଯାଇଛି । ଲିଙ୍ଗରାଜ ମନ୍ଦିରର କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ । ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ଅନୁଷ୍ଠିତ ହେବ । ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଥିବାରୁ ସେହି ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗତକାଲି ବିଏମସିର ସାଉଥ ଇଷ୍ଟ ଜୋନ ର ଜୋନାଲ ଡେପୁଟି କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ ।
ଅନ୍ୟ ପଟେ କମିଶନରେଟ ପୁଲିସ ତରଫରୁ ଯାନବାହନ ଚଳାଚଳନେଇ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଓ ୨୪ରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଯାନବାହନର ସୁନିୟନ୍ତ୍ରଣ ଚଳାଚଳ ତଥା ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ କମିଶନରେଟ ପୁଲିସ ତରଫରୁୁ କଟକଣା ଜାରି କରାଯାଇଛି ।
ଜାରି ହୋଇଥିବା କଟକଣା ମୁତାବକ, କୌଣସି ଯାନବାହନ ମାଉସୀ ମା ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସବୁ ଗାଡିଗୁଡିକ ମାଉସୀ ମା ଛକଠାରୁ ମ୍ୟୁଜିୟମ ଛକ ଆଡକୁ କିମ୍ବା ବିବେକାନନ୍ଦ ମାର୍ଗଦେଇ ଯିବା ଆସିବା କରିପାରିବେ । ରଥରୋଡରେ ବାରିକ ସାହି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଛକ, ମୁନା ମେଡିକାଲ ଗଳି, ପୁନାମା ଗେଟ ଗଳି ପଟୁ ଓ ଅନ୍ୟ ସାହି ରାସ୍ତା ଅଥବା ଗଳି ଯାହାକି ରଥରୋଡ ସହିତ ସଂଯୋଗୀକରଣ କରାଯାଇଅଛି, ସେହି ରାସ୍ତା ବା ଗଳିରୁ କୌଣସି ଯାନବାହନ ରଥ ରୋଡରେ ଯିବାଆସିବା କରିପାରିବେ ନାହିଁ ।
ରଥଖଳାଠାରୁ ରଥରୋଡରେ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେଗୁଡିକ ବାଟ ମହାଦେବ ମନ୍ଦିର ପଟୁ ବିଏମସି ମାର୍କେଟ କମ୍ପେ୍ଲକ୍ସ କିମ୍ବା ବିନ୍ଦୁସାଗର ରାସ୍ତାଦେଇ ଯାଇପାରିବେ । ଏହି ନିୟମ ଖିଲାପକଲେ ଖିଲାପକାରୀଙ୍କଠାରୁ ଓଡିଶା ଅର୍ବାନ ପୁଲିସ ଆ ୨୦୦୩ର ଧାରା ୯୬ ଅନୁସାରେ ୫୦୦ଟଙ୍କା ବା ସର୍ବାଧିକ ୧୦୦୦ ଟଙ୍କା ପଯର୍ୟନ୍ତ ଜରିମାନା ଦେବାକୁ ପଡିବ ।
No Result
View All Result