No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- କାହିଁକି ତାଙ୍କ ନାଁରେ ଗୋଟିଏ ଛକର ନାଁ ‘’ରୁପାଲି-ଛକ’’ ପାଲଟିଗଲା ? ପ୍ରକୃତ କଥା ହେଲା : ନା ‘ରୁପାଲି’କୁ ଭୁବନେଶ୍ୱରବାସୀ ଜାଣିଛନ୍ତି ; ନା ଦେଖିଛନ୍ତି !! କିନ୍ତୁ, ତାଙ୍କ ନାଁରେ ‘ସହିଦନଗର’ ଭଳି ଭି.ଭି.ଆଇ.ପି. ଅଞ୍ଚଳର ଗୋଟିଏ ଛକ ନାମିତ ।
୭୦ ଦଶକରେ ରୁପାଲି ଛକ ନଥିଲା । ଲୋକେ ଏହାକୁ “ଫୁଡ୍ କର୍ପୋରେସନ୍ ଛକ” କହୁଥିଲେ । ପାଖରେ ଏଫ୍.ସି.ଆଇ. ଅଫିସ ଥିଲା । ଆଖପାଖରେ ବି ଦୋକାନ ବଜାର ନ ଥିଲା । ନୀଳ,ନାଲି ରଙ୍ଗରେ ଖଣ୍ଡେ ଅଧେ ସରକାରୀ ବସ୍ ଏଇ ବାଟ ଦେଇ ଯାଉଥିଲା । ସେହି ସମୟରେ ଛତ୍ରପୁର ‘ଚିକଲଖଣ୍ଡି’ରୁ ଭୁବନେଶ୍ୱର ଆସିଥିଲେ ଜି.ପାପ୍ପା.ରାଓ ।
ଫୁଡ୍ କର୍ପୋରେସନ ଛକରେ ରାସ୍ତାକୁ ଲାଗି ଝୁମ୍ପୁଡ଼ି ହୋଟେଲ୍ଟିଏ ଖୋଲିଲେ । ନାଁ ଦେଇଥିଲେ ‘’ରୁପାଲି ହୋଟେଲ’’। ଗାଁରେ ଥିବା ନିଜ ସାନ ଭାଇର ଝିଅ ରୁପାଲିକୁ ସେ ଭାରି ଭଲ ପାଉଥିଲେ। ତେଣୁ ଝିଆରି ନାଁରେ ହୋଟେଲ ନାଁ ରଖିଥିଲେ ।
ଏ ହୋଟେଲରେ ଆମିଷ,ନିରାମିଷ ସବୁ ମିଳୁଥିଲା । ଚାହିଦା ଏମିତି ବଢ଼ିଲା ଯେ ଝୁମ୍ପୁଡ଼ିରୁ ଏହା ଆଜବେଷ୍ଟସ ଘର ହେଲା । ବାଣୀବିହାର କ୍ୟାମ୍ପସରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ବେଶ୍ ପ୍ରସିଦ୍ଧ ଥିଲା ରୁପାଲି ହୋଟେଲ । ଧୀରେଧୀରେ ଫୁଡ୍ କର୍ପୋରେସନ ଛକରୁ ଏହା ରୁପାଲି ଛକ ପାଲଟିଗଲା । ହେଲେ ରାଓଙ୍କ ଝିଆରି ‘ରୁପାଲି’ କେବେ ଏ ହୋଟେଲକୁ ଆସିନାହାନ୍ତି ।
ରାଓଙ୍କ ନିଜ ଝିଅ ‘ଲକ୍ଷ୍ମୀ’ ବେଳେବେଳେ ଏହି ହୋଟେଲରେ ବସୁଥିଲେ। ଅନେକ ତାଙ୍କୁ ହିଁ ‘ରୁପାଲି’ ଭାବନ୍ତି । ୧୯୮୨ରେ ଜମି ବିବାଦ ମୁଣ୍ଡ ଟେକିଲା ; ଆଉ “ରୁପାଲି ହୋଟେଲ” ବନ୍ଦ ହେଲା । ଏହି କାହାଣୀର ଆଉ ଏକ ଦୁଃଖଦ କଥା ହେଉଛି : ଯେଉଁ ‘ରୁପାଲି’ ନାଁରେ ଛକର ନାମକରଣ ହୋଇଛି, ପ୍ରାୟ ୪୦ ବର୍ଷ ତଳେ ଆଜିର ଦିନରେ ତାଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ, ତାଙ୍କ ନାଁ ସବୁଦିନ ପାଇଁ ରହିଗଲା ଭୁବନେଶ୍ୱରରେ ।
No Result
View All Result