• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାଣି ଭିତରେ ବୁଡ଼ି ଯୋଗ କରୁଛନ୍ତି ବାଲେଶ୍ୱରର ଯୁବକ  ହରିଚନ୍ଦନ ଦାସ

Proprietor Abhimanyu Maharana by Proprietor Abhimanyu Maharana
April 18, 2021
in ଓଡ଼ିଶା, ବାଲେଶ୍ଵର, ହୋମ୍
0
ପାଣି ଭିତରେ ବୁଡ଼ି ଯୋଗ କରୁଛନ୍ତି ବାଲେଶ୍ୱରର ଯୁବକ  ହରିଚନ୍ଦନ ଦାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଏପ୍ରିଲ ରବିବାର ) ରେମୁଣା :- ପାଣି ଭିତରେ ବୁଡ଼ି ଯୋଗ କରୁଛନ୍ତି ବାଲେଶ୍ୱରର ଯୁବକ; ତାଙ୍କୁ ଦେଖି ସଭିଏଁ ଚକିତ l ୨୩ ବର୍ଷୀୟ ହରିଚନ୍ଦନ ଦାସ ୧୨ ବର୍ଷ ବୟସରୁ ଯୋଗଭ୍ୟାସ ଆରମ୍ଭ କରି ଦେଇଥିଲେ । କିଛି ଦିନ ହେବ ସେ ଗାଁ ନିକଟରେ ଥିବା ସ୍ୱର୍ଣ୍ଣ ନଦୀର ଜଳ ଭିତରେ ବୁଡ଼ି ଯୋଗଭ୍ୟାସ କରୁଛନ୍ତି ଓ ଗାଁର ପିଲାଙ୍କୁ ମାଗଣାରେ ଯୋଗ ଶିକ୍ଷା ଦେଉଛନ୍ତି । ସୁସ୍ଥ ରହିବା ଓ ସୁଗଠିତ ଶରୀର ପାଇବା ପାଇଁ ଯୁବ ପିଢ଼ିର ଏକ ସଚେତନ ବର୍ଗ ଜିମ୍‌ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ଜଣେ ଯୁବକ ଯୋଗ ଅଭ୍ୟାସ ଦ୍ୱାରା ନିରୋଗ ରହିବା ସହିତ ଆଖପାଖର ସାନ ସାନ ପିଲାଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି । ଏହି ୨୩ ବର୍ଷୀୟ ଯୁବକ ପାଣିରେ ବୁଡ଼ି ଯୋଗଭ୍ୟାସ କରୁଥିବା ଜାଣି ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି । ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ହାତିଆଗଣ୍ଡ ଗାଁର ଯୁବକ ହରିଚନ୍ଦନ ଦାସ ପୋଖରୀର ପାଣିରେ ବୁଡ଼ି ଯୋଗଭ୍ୟାସ କରୁଥିବା ଦେଖିବା ପାଇଁ ପୋଖରୀ ତୋଟାରେ ଭିଡ଼ ଜମେ । ଅଣ୍ଟାଏ ପାଣିରେ ନିଜ ମୁଣ୍ଡକୁ ପାଣି ଭିତରେ ରଖି ହରିଚନ୍ଦନ ଯୋଗଭ୍ୟାସ କରନ୍ତି । ପାଣି ଭିତରେ ବୁଡ଼ି ସେ ସୁନ୍ଦର ଭାବରେ ଶୀର୍ଷସନ କରନ୍ତି । ସେହିପରି ଜଳ ନମସ୍କାର, ଗରୁଡ଼ାସନ, ଗୋମୁଖାସନ ଓ ଜଳ ପଦ୍ମାସନ ଆଦି ସେ ଅତି ସୁନ୍ଦର ଭାବରେ କରନ୍ତି । ‘‘ପାଣି ଭିତରେ ଆସନ କରିବା ଦ୍ୱାରା ପ୍ରଥମତଃ ନିଶ୍ୱାସ ପ୍ରଶ୍ୱାସ ଉପରେ ନିଜର ନିୟନ୍ତ୍ରଣ ବଢ଼ିଥାଏ ।

ଯୋଗ ଦ୍ୱାରା ଶରୀର ଓ ମନ ନିରୋଗ ରହିବା ସହ ଆୟୁ ବୃଦ୍ଧି ହୋଇଥାଏ । ଦ୍ଵିତୀୟରେ ଜଳ ଭିତରେ ବୁଡ଼ି ରହିବା ଦ୍ୱାରା ବାହାର ଶବ୍ଦରୁ ନିସ୍ତାର ମିଳିଥାଏ । ମୋ’ର ଇଚ୍ଛା ଯେ ପ୍ରତି ଘରେ ଲୋକେ ଯୋଗଭ୍ୟାସ କରନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ,’’ କହିଛନ୍ତି ହରିଚନ୍ଦନ । ହରିଚନ୍ଦନଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ସମୟରୁ ସେ ଯୋଗଭ୍ୟାସ ଆରମ୍ଭ କରିଦେଇଥିଲେ । ଏହି କିଛି ଦିନ ହେବ ନିକଟରେ ଥିବା ସ୍ୱର୍ଣ୍ଣ ନଦୀର ଜଳ ଭିତରେ ବୁଡ଼ି ସେ ଯୋଗଭ୍ୟାସ ଆରମ୍ଭ କରିଛନ୍ତି । ସେ ଏକା ନୁହେଁ, ବରଂ ଗାଁର ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି । ପ୍ରତ୍ୟେକ ଦିନ ନଈ ପଠାରେ ପିଲାମାନଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି ସେ । ‘‘ସମସ୍ତେ କେମିତି ନିରୋଗ ରହିପାରିବେ ତାହା ସୁନିଶ୍ଚିତ କରାଇବା ମୋ’ ଇଚ୍ଛା । ମୋତେ ଯଦି ସରକାରୀ ସ୍ତରରେ କିଛି ସୁବିଧା ମିଳନ୍ତା ତାହେଲେ ମୁଁ ମୋ’ ଅଞ୍ଚଳରେ ସମସ୍ତଙ୍କୁ ମାଗଣାରେ ଯୋଗ ଶିକ୍ଷା ଦେଇପାରନ୍ତି,’’ କହିଛନ୍ତି ହରିଚନ୍ଦନ l ଗ୍ରାମବାସୀମାନେ ମଧ୍ୟ କୌଣସି ସଙ୍ଗଠନ ଦ୍ୱାରା ବା ସରକରୀ ସ୍ତରରେ ହରିଚନ୍ଦନଙ୍କ ଯୋଗ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତାହା ହେଲେ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସେମାନେ । ‘‘ହରିଚନ୍ଦନର ପିଲା ବେଳୁ ଯୋଗ ପ୍ରତି ଥିବା ଆକର୍ଷଣ ବାରି ହୋଇ ପଡୁଥିଲା । ଏବେ ସେ ପାଣିରେ ବୁଡ଼ି ଯୋଗ କରୁଛି, ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଆମର ଇଚ୍ଛା ସେ ଜଣେ ଭଲ ଯୋଗ ଗୁରୁ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ବିଜୟ କୁମାର ଦାସ । ଯୋଗ ଶିକ୍ଷା ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ଜଳ ଭିତରେ ବିଭିନ୍ନ ଆସନ କରି ଚର୍ଚ୍ଚାର ବିଷୟ ପାଲଟିଥିବା ହରିଚନ୍ଦନ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜୁଛନ୍ତି  (ଦୀପ୍ତିମାନ ପତି, ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version