No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଏପ୍ରିଲ , ଶନିବାର ) ରଣପୁର /ଅଭିମନ୍ୟୁ ମହାରଣା :- ନୟାଗଡ ଜିଲ୍ଲା, କରୋନା ର ପ୍ରଭାବ ସାରା ଦେଶ ରେ ପଡିଥିବା ବେଳେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ।
ଏତଦ ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ର ବିଭୀଷିକା କୁ ଆଖି ଆଗରେ ପୋଲିସ ଙ୍କୁ ମଧ୍ୟ କଡାକଡ଼ି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାୟିତ୍ବ ଦିଆଯାଇଛି । ଏହାର ପ୍ରଭାବ ରଣପୁର ଅଂଚଳର ପୋଲିସ ପ୍ରଶାସନ ପକ୍ଷରେ ଦେଖିବାକୁ ମିଳିଛି । ସୁନାଖଳା ଓ ନୟାଗଡ଼ ର ମୁଖ୍ୟ ରାସ୍ତାକୁ ବନ୍ଦ କରାଯାଇଛି ଏଵଂ ପୋଲିସ ଜଗିରହିଛନ୍ତି ।
ଏହାସହ ରଣପୁରର ବିଭିନ୍ନ ଛକ ସ୍ଥାନ ଗୁଡିକ ଯେପରିକି ପଞ୍ଚୁଦୋଳ ପଡିଆ , ବିସି ହାଇସ୍କୁଲ ଛକ, ପିଡବ୍ଲୁଡି ଛକ , ନୂଆଁଗା , ହାଟସାହି ଛକ , ମଣିନାଗ ମନ୍ଦିର ର ପ୍ରମୁଖ ରାସ୍ତା ଏଵଂ ସାମୁକାସାହି ଓ ଜଗନ୍ନାଥ ମନ୍ଦିର ଛକ , ସ୍ବପନେଶ୍ୱର ମନ୍ଦିର ରାସ୍ତା ଇତ୍ୟାଦି କୁ ଶନିବାର ରାତି ୯ଟାରୁ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ କର୍ଫ୍ୟୁ ଲାଗୁ ହେବ ବୋଲି ପ୍ରଚାର ହେବା ପରେ ରଣପୁର ପୋଲିସ ଏହାକୁ କଡା କଡ଼ି କରିଛି ।
ରଣପୁର ର ଆଖ ପାଖ ଅଞ୍ଚଳ ରେ ମଧ୍ୟ ପୋଲିସ କଟକଣାକୁ ମାନିବା ପାଇଁ ଜନ ସଚେତନତ କରୁଥିବାର ଦେଖିବାକୁ ମଧ୍ୟ ମିଳିଛି । ଏହି ସମୟରେ କଟକଣାକୁ କଡ଼ାକଡ଼ି କରିବା ଲାଗି ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୯ଟାରେ ରଣପୁର ପୋଲିସ ପ୍ରଶାସନ ବୁଲି ବୁଲି ସାଇରେନ ବଜାଇ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା l ଏବଂ ପ୍ରତ୍ୟେକ ସାହି ଗୁଡିକ ରେ କରୋନା ଗାଇଡ଼ ଲାଇନ ଅନୁସାରେ ଘରେ ରହିବା ପାଇଁ ପ୍ରଚାର କରୁଥିବାର ସୂଚନା ମିଳୁଛି ।
No Result
View All Result