No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି । ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁି’ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ସ୍ୱାସ୍ଥ୍ୟସେବା ବିକାଶରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ।
ବାଗ୍ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପାଇଁ ଓଡ଼ିଶା ସରକାର, ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଏବଂ ଶ୍ରୀ ଶଙ୍କର କର୍କଟ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି କେନ୍ଦ୍ର ଓଡ଼ିଶା ଏବଂ ଦେଶର ପୂର୍ବାଞ୍ଚଳର ଲୋକଙ୍କୁ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା ସୁବିଧା ଯୋଗାଇବ ।
ବାଗ୍ଚୀ-କରୁଣାଶ୍ରୟ ପଲ୍ଲିଏଟିଭ୍ ଯନି କେନ୍ଦ୍ର ପାଇଁ ଦ୍ୱିତୀୟ ବୁଝାମଣାପତ୍ର ରାଜ୍ୟ ସରକାର, ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଏବଂ କରୁଣାଶ୍ରୟ ଡାକ୍ତରଖାନା ନ୍ୟାସ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର କିଛି ଦିନ ମଧ୍ୟରେ ରୋଗୀଙ୍କୁ ଉଚ୍ଚମାନର ପଲ୍ଲିଏଟିଭ୍ ଯନି, ଶାନ୍ତି ଏବଂ ମର୍ଯ୍ୟାଦା ପ୍ରଦାନ କରିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଅଙ୍କୋଲୋଜି କେନ୍ଦ୍ରଗୁଡ଼ିକ ପାଇଁ ସହୃଦୟତାର ସହ ୩୪୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ଶ୍ରୀମତୀ ସୁସ୍ମିତା ବାଗ୍ଚୀଏବଂ ଶ୍ରୀ ସୁବ୍ରତ ବାଗ୍ଚୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଏହି କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଏପରି କାର୍ଯ୍ୟ ଅନ୍ୟମାନଙ୍କୁ ଦାନ ଦେବାର ଅନୁଭବ ନେବା ପାଇଁ ପ୍ରେରଣିତ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସମାଜ ପାଇଁ ସେବାର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ଉକ୍ତି ଉଦ୍ଧାର କରି କହିଛନ୍ତି ‘ମୁଁ ଶୋଇଥିଲି ଏବଂ ସ୍ୱପ୍ନ ଦେଖିଲି ଯେ ଜୀବନ ଆନନ୍ଦ ଅଟେ । ମୁଁ ଜାଗ୍ରତ ହୋଇ ଦେଖିଲି ଜୀବନ ହେଉଛି ସେବା । ମୁଁ କାର୍ଯ୍ୟ କଲି ଏବଂ ଦେଖିଲି, ସେବା ଆନନ୍ଦ ଥିଲା । ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁି’
ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦୦ ଶଯ୍ୟାବିଶିଷ୍ଟ କର୍କଟ ଚିକିତ୍ସା ଏବଂ ଅନୁସନ୍ଧାନ କେନ୍ଦ୍ର ପାଇଁ ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ଏବଂ ପାଲ୍ଲିଏଟିଭ୍ ଯନି କେନ୍ଦ୍ର ପାଇଁ ବେଙ୍ଗାଲୁରୁ ଡାକ୍ତରଖାନା ନ୍ୟାସକୁ ଧନ୍ୟବାଦ ଜଣାଇଛନ୍ତି । ଜାନୁଆରୀ ୨୦୨୪ ସୁଦ୍ଧା ଏହି କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ମୋ ସ୍କୁଲ ଓଡ଼ିଶାି’ ଏବଂ ‘ସ୍କିଲଡ୍ ଇନ୍ ଓଡ଼ିଶାି’ରେ ଓଡ଼ିଶାର ରୂପାନ୍ତର ପାଇଁ ସେ୍ୱଚ୍ଛାକୃତ ଭାବେ ହାତ ମିଳାଇଥିବାରୁ ଆମେ ଶ୍ରୀମତୀ ଏବଂ ଶ୍ରୀ ବାଗ୍ଚୀଙ୍କ ନିକଟରେ କୃତଜ୍ଞ । ସେମାନଙ୍କ କରୁଣା ଏବଂ ପ୍ରତିବଦ୍ଧତା ସେମାନଙ୍କର ବଦାନ୍ୟତାରେ ପୁନଃପ୍ରତିଫଳିତ ହୋଇଛି । ଦାନ କରିବାର ଆନନ୍ଦ ଅନୁଭବ କରିବାକୁ ଏହା ଆହୁରି ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି
No Result
View All Result