No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଓଡ଼ଗାଁ :- ଓଡ଼ଗାଁ ବୈଦେହୀଶ ପାଠାଗାରଠାରେ ବିଷୁବ ମିଳନ , ସାରସ୍ବତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷ ରାଜକିଶୋର ସାହୁ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅଧିବାସୀ ପଣ୍ଡା ମୁଖ୍ୟ ବକ୍ତା , ଅଧ୍ୟାପକ ରଜନୀକାନ୍ତ ଦାଶ , ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁ , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନର ସମ୍ପାଦକ ଶରତଚନ୍ଦ୍ର ଷଡ଼ଙ୍ଗୀ , ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ସଭିଏଁ ଓଡ଼ିଆ ନବବର୍ଷ କୁ ସ୍ଵାଗତ ଜଣାଇଥିଲେ । କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଉପସ୍ଥିତ କବି କବୟିତ୍ରୀ ମାନେ ଏ ଅବସରରେ ନିଜସ୍ଵ କବିତା ପାଠ କରିଥିଲେ । କବି ଓ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ କବିତା ଗୁଡ଼ିକ ସଂଯୋଜନା କରିଥିଲେ । କବି ଓ ଶିକ୍ଷକ ରଞ୍ଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପ୍ରଫୁଲ୍ଲ କୁମାର ଡାକୁଆ ପରିଚାଳନା କରିଥିଲେ । ସମସ୍ତ କବି କବୟିତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result