No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ଥିବା ମହାମାୟୀ ମା’ କାଳୀ ପୀଠ ଗୁଡ଼ିକରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇ ପଡ଼ିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ମେରୁଯାତ୍ରା ସମ୍ପନ୍ନ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟରେ ବାର ମାସରେ ତେର ପର୍ବ କାହିଁ ଆବହମାନ କାଳରୁ ପାଳିତ ହୋଇ ଆସୁଥିବା ବେଳେ ଚୈତ୍ର ମଙ୍କସର ଶେଷ ଓ ବୈଶାଖ ମାସର ଆରମ୍ଭ ଦିବସକୁ ମେରୁ ପର୍ବ ଭାବେ ପାଳନ କରାଯାଇଥାଏ । ଏହି ସଂକ୍ରାନ୍ତିର ୨୧, ୧୮ ଓ ୧୩ ଦିନ ପୂର୍ବରୁ ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ପ୍ରତ୍ୟେକ ମୁହୁର୍ତ କଠିନ ପରୀକ୍ଷାର ସମ୍ମୁଖୀନ ହେବା ସହ ନିଷ୍ଠା ଓ ଏକାଗ୍ରତାରେ ହାତରେ ବାନା, ପିଂଛମୁଠା, ପରଭା, ଦଣ୍ଡ, ହର ପାର୍ବତୀଙ୍କ ମୂର୍ତି, ଢୋଲ, ମହୁରୀ ଓ ଘଂଟର ଧ୍ୱନିରେ ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳରେ ଦଣ୍ଡ ପରିବେଷଣ କରିବା ପରେ ମେରୁ ସଂକ୍ରାନ୍ତିରେ ମେରୁଯାତ୍ରା ସମ୍ପନ୍ନ ହୋଇଛି ।
ସ୍ଥାନୀୟ ପୌରାଂଚଳ ହିଞ୍ଜିଳିର ୨ଟି ପୁଞ୍ଜା ସମେତ ସ୍ଥାନୀୟ ଥାନା ଦୁର୍ବନ୍ଧ ଗ୍ରାମର୩ଟି ପୁଞ୍ଜା, କଂଚୁରୁ ଗ୍ରାମର ୨ ଦଳ, ସାରୁର ୨ଦଳ, ଖଣ୍ଡରା, ପିତଳ, କୋଳିଦାସପୁର, ଆଲପୁର, ଲକ୍ଷ୍ମୀପୁର, ବୁରୁପୋଡ଼ା, ପୋଚିଲିମା, ସମରଝୋଳ, ମକରଝୋଳ, ବେଲଗାଁ, ରାଳବ, ଚୌତନ୍ୟପଡ଼ା ପ୍ରଭୃତି ଦଣ୍ଡଦଳର ଦଣ୍ଡନୃତ୍ୟ ବୁଧବାର ଶେଷ ହୋଇଛି । ବୁଧବାର ଭୋରରୁ ମାନସିକଧାରୀ ସଂପୃକ୍ତ ଅଂଚଳର ଦଣ୍ଡୁଆ ମାନେ ନିଜ ନିଜ ଦଣ୍ଡକାଳୀ ପୀଠ ଠାରେ ଧୂଳିଦଣ୍ଡ ଓ ପାଣିଦଣ୍ଡରେ ସାମିଲ ହେବା ପରେ ମେରୁ ମଣ୍ଡପରେ ଏକତ୍ରିତ ହୋଇଥିଲେ । ମେରୁ ଉତ୍ପପରେ ଢୋଲ, ମହୁରୀ, ଘଂଟର ତାଳେ ତାଳେ ଝୁଣା ମାଧ୍ୟମରେ ଜଣେ ଦଣ୍ଡୁଆଙ୍କୁ ଅଗ୍ନିରେ ମହାମାୟୀ ମା’ କଳାଳୀଙ୍କୁ ଆବାହନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିଥିଲା । ମେରୁ ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତ ମାନେ ନଡ଼ିଆ ଭାଙ୍ଗିବା ପରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ଗତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଦଣ୍ଡ ଯାତ୍ରା ହୋଇ ପାରିନଥିବା ବେଳେ ଚଳିତ ବର୍ଷ ପ୍ରଶାସନର କୋଭିଡ଼ କଟକଣା ମଧ୍ୟରେ ଦଣ୍ଡଯାତ୍ରା ଓ ମେରୁ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ବ୍ୟତ୍ରିକ୍ରମ ଘଟିବା ସହ ଭୋରରୁ ମେରୁ ପର୍ବକୁ ସମାପନ କରାଯାଇଥବାର ଦେଖିବାକୁ ମିଳିଛି । ମେରୁ ପଡ଼ିଆରେ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result