No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ହିଞ୍ଜିଳିକାଟୁ :- ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଧବାର ପଣା ସଂକ୍ରାନ୍ତି ଅବସରରେ ହିଞ୍ଜିଳି ଥାନା ଓ ଆମ ପୋଲିସ ସମିତି ମିଳିତ ସହଯୋଗରେ ସ୍ଥାନୀୟ ପୌରାଞ୍ଚଳ ବିଜୁପଟ୍ଟନାୟକ ଛକ ନିକଟରେ ଜଳଛତ୍ରର ଶୁଭାରମ୍ଭ କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୈାର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଡିଓ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇଥିଲେ ।

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ସ୍ଥାନୀୟ ସହରକୁ ଆସୁଥିବା ଜନ ସାଧାରଣଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ହିଞ୍ଜିଳି ପୁଲିସ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

ପ୍ରଥମ ଦିବସ ପଣା ସଂକ୍ରାନ୍ତି ଅବସରରେ ଜନସାଧାରଣଙ୍କୁ ଦହି ପଣା ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଗ୍ରୀଷ୍ମ ଋତୁ ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ଶୀତଳ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।

ଉକ୍ତ କାର୍ଯ୍ୟକ୍ରମରେ ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦୀପ୍ତ ଦାଶ, ବାସୁଦେବ ଭୋଇ, ଶରତ ଚନ୍ଦ୍ର ରାୟ, ଗୋପାଳ କୃଷ୍ଣ ଆଗୁ ପାତ୍ର, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result