No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ବାଉଁଶଗାଡିଆ ରେ ଆଜି ବଜ୍ର ପାତ ଘଟି ଜଣେ ନାବାଳିକା ର ମୃତ୍ୟୁ ଘଟିଛି । ନାବାଳିକା ଜଣକ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ଗ୍ରାମର ପୂଜାରାଣୀ ସେଠୀ ( ୧୩ ) । ସେ ମାମୁଁ ଘର ବାଉଁଶଗାଡିଆ କୁ ଯାଇଥିଲେ ।
ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ ବଜ୍ରପାତ ଯୋଗୁଁ ପୂଜା ଏବଂ ଅନ୍ୟ ୨ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result