No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ଯୋଜନାର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତ ମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ ସେଥି ନିମନ୍ତେ ସଠିକ୍ ଯାଞ୍ଚ ଓ ନିୟମିତ ସମୀକ୍ଷା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ଉତ୍ତରାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ବିଭାଗ ଦ୍ୱାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରତିମାସରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥି ସହିତ କୌଣସି ପ୍ରକାରର ଆର୍ଥିକ ଅସଂଗତି ପରିଲକ୍ଷିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ରାଜ୍ୟରେ ଉଦ୍ୟାନ କୃଷିର ବିସ୍ତୃତ ସୁଯୋଗ ରହିଥିବା ଓ କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଫଳ, ପନିପରିବା ଆଦି ଚାଷ ସହାୟକ ହେଉଥିବା ସ୍ଥଳେ ଅଧିକରୁ ଅଧିକ ଚାଷୀ ଯେପରି ଉଦ୍ୟାନ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥି ପ୍ରତି କ୍ଷେତ୍ର କର୍ମଚାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ନିମନ୍ତେ ଅଧିକରୁ ଅଧିକ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଯେଉଁସବୁ ଅଞ୍ଚଳରେ ପାରମ୍ପରିକ ଭାବରେ ପନିପରିବା ଚାଷ ହେଉଛି ସେଥିପ୍ରତି ଅଧିକ ଧ୍ୟାନ ଦେବା ପାଇଁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-ଞ୍ଜଫଞ୍ଚଟ୍ଟ;ଟିି୩୯;କୁ ଉଦ୍ୟାନ କୃଷିର ସମସ୍ତ ଯୋଜନାରେ କଡ଼ାକଡ଼ି ଭାବରେ ଅନୁପାଳନ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ କହିଥିଲେ ।

ସ୍ୱଚ୍ଛତା ରକ୍ଷା ଦିଗରେ ଉଦ୍ୟାନ କୃଷିର ସମସ୍ତ ତଥ୍ୟ େୱବ୍ସାଇଟ୍ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ବିଭାଗ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ମଧ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ ଏହାକୁ େୱବ୍ସାଇଟ୍ରେ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ପ୍ରାଥମିକତା ପ୍ରଦାନ କରୁଥିବା ଦୃଷ୍ଟିରୁ ଉଦ୍ୟାନ କୃଷିର ବିଭିନ୍ନ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଇ ପାରୁଥିବା ଓ ଏହା ଦ୍ୱାରା ଚାଷୀ ଲାଭବାନ ହେଉଥିବା ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ପାଇଁ ମନ୍ତ୍ରୀ କହିଥିଲେ ।
ଏଥି ସହିତ ଫଳ ଓ ପନିପରିବାର ଉପକାରିତା ସଂପର୍କରେ ସଚେତନତା ବୃଦ୍ଧି ଓ ଅର୍ଗାନିକ୍ କୃଷି ପଦ୍ଧତି ସଂପର୍କରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ କୁଚିଣ୍ଡା ଓ ଦେବଗଡ଼ ଅଞ୍ଚଳରେ ଲଙ୍କା ପ୍ରକ୍ରିୟାକରଣ, ଦେବଗଡ଼ରେ କମଳା ଓ ଲିଚୁର ପ୍ରକ୍ରିୟାକରଣ ସଂପର୍କରେ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result