ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ନିଖୋଜ ସ୍ଵାମୀର ପାଞ୍ଚଦିନ ପରେ ମୃତଦେହ ଉଦ୍ଧାର 

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ବାଲିଆପାଳ :- ଶ୍ବଶୁର ଘର ଗ୍ରାମରୁ ଜ୍ବାଇଁଙ୍କର ଗଳିତ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର।ମୃତ୍ଯୁ ର କାରଣ ଅସ୍ପଷ୍ଟ।ବାଲିଆପାଳ ପୋଲିସ ର ତଦନ୍ତ ଜାରି। ପ୍ରାପ୍ତ ସୂଚନାରୁ ପ୍ରକାଶ ସିଂଲା ଥାନା ଅଧିନସ୍ଥ ବୋଳଂ ଗ୍ରାମର ସ୍ବର୍ଗତ ଶ୍ରୀନାଥ ମଣ୍ତଳ ଙ୍କ ପୁଅ ହିତାଂଶୁ ମଣ୍ତଳ ଗତ ପାଞ୍ଚଦିନ ତଳେ ନିଖୋଜ ହୋଇ ଯାଇଥିବା ତାଙ୍କ ସ୍ତ୍ରୀ ସିଂଲା ଥାନାରେ ଅଭିଯୋଗ କରିଥିବା ବେଳେ ଆଜି ନିଖୋଜ ଥିବା ହିତାଂଶୁ ମଣ୍ତଳ ଙ୍କ ଗଳିତ ମୃତଦେହ ବାଲିଆପାଳ ଥାନା ଅଧିନସ୍ଥ ଛଡା ଗ୍ରାମର ତାଙ୍କ ଶ୍ବଶୁର ବିଜୟ ମଣ୍ତଳ ଙ୍କ ବାଡି ପାଖରେ ଥିବା ଏକ ଖାଲରେ ପଡିଥିବାର ଦେଖିବାକୁ ମିଳିଥିଲା ।

ମୃତ୍ଯୁ ର କାରଣ ଅସ୍ପଷ୍ଟ ଥିବାବେଳେ ସ୍ତ୍ରୀଙ୍କ ଅଭିଯୋଗ ମୁଳେ ଏକମାମଲା ରୁଜୁ କରାଯାଇ ପୋଲିସ ଦ୍ବାରା ତଦନ୍ତ ଆରମ୍ଭ କରାଜାଇଥିବା ବେଳେ ଶବକୁ ବାଲିଆପାଳ ପୋଲିସ ଦ୍ବାରା ଜବତ୍ କରାଯାଇ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି। ମୃତ୍ଯୁ ର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କ ସ୍ତ୍ରୀ ଏହା ଏକ ଯୋଜନାବଦ୍ଧ ହତ୍ଯା ବୋଲି ଅଭିଯୋଗ ଆଣିଲେ । (ଦୀପ୍ତିମାନ ପତିବା /ଲେଶ୍ୱର)