No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ,ଶନିବାର )ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଶନିବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମେତ ସ୍ଥାନୀୟ ବ୍ଳକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ବୈଠକ ଶନିବାର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗତ ଆର୍ଥୀକ ବର୍ଷର ଖର୍ଚ୍ଚ ଉପସ୍ଥାପନ ସହ ଅନୁମୋଦନ କରାଯାଇଥିଲା । ଚଳିତ ୨୦୨୧-୨୨ ଆର୍ଥୀକ ବର୍ଷ ସକାଶେ ରୋଗୀ ମାନଙ୍କ ସକାଶେ ବିଭିନ୍ନ ଉପକରଣ ଓ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ସକାଶେ ୫ଲକ୍ଷ ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଆଗତ କରାଯାଇଥିଲା ।
ମୁଖ୍ୟତଃ ନୂତନ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଚିକିତ୍ସକ ନିଯୁକ୍ତି ସହ ରୋଗୀ ସେବା ଅବ୍ୟାହତ ସକାଶେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଏହା ଯେପରି ଶୀଘ୍ର ପୁରଣ ହୋଇ ଚିକିତ୍ସା ସେବାର ବ୍ୟାଘାତ ନଘଟିବା ସହ ତ୍ୱରାନ୍ନିତ ହୋଇପାରିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଈ , ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସକ ଡ଼ାକ୍ତର ଅନିଲ କୁମାର ରଥ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ସରଂପଚ ଲକ୍ଷ୍ମଣ ଗଉଡ଼, ତ୍ରିନାଥ ପାଣିଗ୍ରାହୀ, ସ୍ଥାନୀୟ ଉପଖଣ୍ଡ ଚିକିତି୍ସାଳୟର ବରିଷ୍ଠ ଚିକିତ୍ସକ ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ହିସାବ ରକ୍ଷକ ସତ୍ୟ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result