No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ଛେଣ୍ଡିପଦା :- ନଦୀକୂଳିଆ ଗାଁ ,କୂଅ ଅଛି,ନଳକୂଅ ବସାଯାଇଛି । ପାଇପ୍ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି । ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ । ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି ପାନୀୟ ଜଳ । ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ଏହି ଗାଁ ହେଲା ନୂଆଗାଁ ପଞ୍ଚୟତର ଜରିପାଳ । ଜରିପାଳର ଲୋକ ସଂଖ୍ୟା ପ୍ରାୟ ୮ଶହ। ଗାଁରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ମୋଟ ୮ଟି ନଳକୂଅ ଓ କୂଅ ରହିଛି । ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଜଳସ୍ତର ହ୍ରାସ କାରଣରୁ ସେସବୁ ଶୁଖିଯାଉଛି ।
କେତୋଟି ନଳକୂଅ ଅଚଳ ଅବସ୍ଥାରେ ଥିଲେ ମଧ୍ୟ ମରାମତି କରାଯାଉ ନାହିଁ । ଦୀର୍ଘଦିନର ଦାବି ପରେ ଗୋଟିଏ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । କେତେଜଣଙ୍କ ଘରକୁ ପାଇପ୍ ସଂଯୋଗ ଦିଆଯାଇଛି । ଗଁାରେ ପାଣି ପଏଣ୍ଟ ବସାଯାଇଛି । ହେ ଲେ ଦୈନିକ ସକାଳୁ ମାତ୍ର ୧୫ ମିନିଟ୍ ପ୍ରକଳ୍ପ ଚାଲୁ କରାଯାଉଥିବାରୁ ଦିନତମାମ ପାଣି ଆବଶ୍ୟକତା ମେଣ୍ଟିପାରୁ ନାହିଁ ।
ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ଅଧିକ ସମୟ ପାଣି ଛଡ଼ାଯିବାକୁ ଦାବି କରାଯାଇଛି । କିନ୍ତୁ ପାଣି ପାଇଁ ଘର ପିଛା ମାସିକ ୩୦ ଟଙ୍କା ଆଦାୟ କରାଯାଉଥିବା ବେଳେ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ପାନୀୟ ଆବଶ୍ୟକତା ମେଣ୍ଟାଇବାକୁ ଲୋକେ ଆଉଁଳୀ ନଦୀ ମଧ୍ୟରେ ଚୁଆ ଖୋଳି ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ମାସ ମାସ ଧରି ଲୋକେ ଏପରି ଦୂଷିତ ପାଣି ବ୍ୟବହାର କରୁଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଫଳରେ ଗ୍ରାମବାସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result