No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଏପ୍ରିଲ , ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗତ ୩ ତାରିଖରେ ଛତିଶଗଡ଼ ଓ ବିଜାପୁର ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ୨୨ ଜଣ ଜବାନଙ୍କ ଆତ୍ମାର ସଦଗତି ଲାଗି ଗତକାଲି ସନ୍ଧ୍ୟା ସମୟରେ ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦ ଆନୁକୁଲ୍ୟରେ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଗାନ୍ଧୀ ସ୍ମୃତି ପୀଠରୁ ଆରମ୍ଭ ହୋଇ ନଗର ପରିକ୍ରମା କରି ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ ।
ବିକାଶ ପରିଷଦର ସୁଶାନ୍ତ କୁମାର ସାହୁ , ପ୍ରକାଶ କୁମାର ସେଠୀ , ରବିନ୍ଦ୍ର କୁମାର ପଣ୍ଡା , କୃପାସିନ୍ଧୁ ଗୈାଡ , ବିରେନ୍ଦ୍ର କୁମାର ନନ୍ଦ ଏବଂ ଅନୁଷ୍ଠାନର ଅନ୍ୟ ସଭ୍ୟମାନେ ମିଶି ସହୀଦ ଯବାନଙ୍କ ଅମର ଆତ୍ମାର ନୀରବ ପ୍ରାର୍ଥନା କରିଥିଲେ । ଏବଂ ନକ୍ସଲ ଙ୍କ ନିକଟରେ ଅଟକ ଥିବା ଯବାନ ରାକେଶ୍ବର ସିଂ ମନହାସ ମୁକ୍ତି ପାଇଥିବାରୁ ଶୋଭାଯାତ୍ରୀ ମାନେ ରଘୁନାଥଙ୍କୁ କୃତଜ୍ଞତା ଜଣାଇଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result