No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର )ଛତ୍ରପୁର :- ଗଞ୍ଜାମ ଅବକାରୀ ଜିଲ୍ଲାର ୬୪ଟି ଠିପିବନ୍ଦ ବିଦେଶୀ ମଦ ଦୋକାନର ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ୧୦୩୭ ଆବେଦନକାରୀ ଏହି ଲଟେରୀ ରେ ଭାଗ ନେଇଛନ୍ତି । ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ଲଟେରି ଉଠାଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପ୍ରଥମେ ଲଟେରୀ ଉଠାଣ କାର୍ଯୟକ୍ରମ ର ଶୁଭାରମ୍ଭ କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ଛତ୍ରପୁର ତହସିଲଦାର ନୀଲମାଧବ ଭୋଇ, ଅବକାରୀ ଡେପୁଟି କମିଶନର (ସଦର ଡିଭିଜନ) ଶାନ୍ତନୁ ନାୟକ, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା, ବ୍ରହ୍ମପୁର ଅବକାରୀ ଅଧିକ୍ଷିକ ରମେନ୍ଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ବ୍ରହ୍ମପୁର ଅବକାରି ଜିଲ୍ଲାର ୩୬ ଠିପି ବିଦେଶୀ ମଦ ଦୋକାନ ନିମନ୍ତେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
( ରିପୋର୍ଟ : ଶେଷଦେବ ସାହୁ )
No Result
View All Result