No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ପିପିଲି :- ବିଜେଡିର ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ଯୋଗେ ପ୍ରଚାର କରିିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୧୭ରେ ଅନୁଷ୍ଠିତ ହେବାକୁଥିବା ପିପିଲି ଉପନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୀତିକ ମାହୋଲ ଗରମ ହେବାରେ ଲାଗିଛି ।
ଏନେଇ ଆଜି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ବିଧାୟକ କହିଛନ୍ତି, “ଭର୍ଚୁଆଲ ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ଏଲ୍ଇଡିର ବ୍ୟବସ୍ଥା କରାଯିବ । ଛଅଟି ଜୋନରେ ପିପିଲି ଓ ଡେଲାଙ୍ଗବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଉଦ୍ବୋଧନ ଦେବେ । ଚଳିତ ବର୍ଷ ଅନେକ ଭୋଟରେ ବିଜେଡ଼ି ବିଜୟ ହାସଲ କରିବ ।”
କେବେଠାରୁ ପ୍ରଚାର କରିବେ ସୁପ୍ରିମୋ ସେନେଇ ତାରିଖ ଘୋଷଣା କରାଯାଇନାହିଁ । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ପିପିଲିରେ ହେବିୱେଟ୍ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳ ପାଇଲା ମାତ୍ରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ନେତା ଓ ଦଳୀୟ କର୍ମୀ । ଆସନ୍ତା ମେ’ ୨ରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏନେଇ ନେତାମନ୍ତ୍ରୀମାନେ ପିପିଲି ରାଜନୀତି ମଇଦାନରେ କସରତ ଆରମ୍ଭ କରିସାରିଲେଣି ।
No Result
View All Result