No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ନୀଳଗିରି :- ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗାଙ୍ଗପୁରା ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନା କାହାଠାରୁ ସୁନାହାର ତ ଆଉ କାହାଠାରୁ ଲକ୍ଷାଧିକ ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ହୋଇଛି । ବରିସାହି ଅଞ୍ଚଳର ଅନୁପମା ବରାଳ, ସ୍ନେହଲତା ବରାଳ, ସରସ୍ୱତୀ ବେହେରା, ସରସ୍ୱତୀ ମଲିକ, ନମିତା ରାଉତ, ମମତା କୁଅଁର ଓ ମାଣିକ ବୈଠାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଠକିଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା ସବୁ ଏକ ସଂସ୍ଥାରେ ଲଗାଣ କରାଯିବା ପରେ ଡବଲ ଟଙ୍କା ଫେରସ୍ତ ହେବ ବୋଲି ଶିକ୍ଷୟିତ୍ରୀ ଜଣକ ପ୍ରତିଶ୍ରୁତି ଦେଇଥିଲେ ।
କିନ୍ତୁ ଚୁକ୍ତି ମୁତାବକ ତାରିଖ ଗଡ଼ି ଚାଲିଥିଲେ ହେଁ ସମ୍ପୃକ୍ତା ଶିକ୍ଷୟିତ୍ରୀ ଟଙ୍କା ଫେରସ୍ତର ନାଁ ଧରୁନଥିବା ଯୋଗୁ ଠକାମୀର ଶିକାର ହୋଇଥିବା ମହିଳାମାନେ ବୁଧବାର ଉକ୍ତ ସ୍କୁଲ ପରିସରରେ ଧସେଇ ପଶି ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟି ତଳେ କଚାଡ଼ି ଦେଇଥିଲେ । ଏହି ଘଟଣା ନୀଳଗିରି ଥାନାକୁ ଯିବା ପରେ ସ୍ଥାନୀୟ ପୁଲିସ ପୂର୍ବ ମାମଲା ଅନୁସାରେ ତାଙ୍କୁ କୋର୍ଟଚାଲାଣ କରିଥିଲା । କିନ୍ତୁ ହାଇକୋର୍ଟଙ୍କ ନିର୍ଦେଶମତେ ତାଙ୍କୁ କୋର୍ଟରୁ ଛାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଉପରୋକ୍ତ ଘଟଣା ସମ୍ପର୍କରେ ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ ତାଙ୍କ ବିରୋଧରେ ଉଠା ଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । (ଦୀପ୍ତିମାନ ପତି, ବାଲେଶ୍ୱର)
No Result
View All Result