No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ବରଗଡ଼ :- ଗତ ମଙ୍ଗଳବାର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀ ମାନେ ଛାତ୍ର କଂଗ୍ରେସ ର ନେତୃତ୍ୱରେ ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷା କୁ ଅନଲାଇନ ମାଧ୍ୟମରେ କରିବା ଦାବି ନେଇ ଏକ ସ୍ମାରକପତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିବାକୁ ଯାଇଥିବା ବେଳେ ସେଠାରେ ଛାତ୍ର ମାନଙ୍କ ପ୍ରତି ହୋଇଥିବା ପୋଲିସ ର ଲାଠି ଚାଳନା ଓ କୁଳପତି ସଂଜୀବ ମିତ୍ତଲ ଛାତ୍ରଛାତ୍ରୀ ଙ୍କ ପ୍ରତି ତଥା ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନ ର ଚେତାବନୀ ଦେଇଛି ରାଜ୍ୟ ଛାତ୍ର କଂଗ୍ରେସ । ବୁଧବାର ଵରଗଡ଼ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସଯଦ ୟସୀର ନବାଵ ଚେତାବନୀ ଦେଇ କହିଛନ୍ତି ଯେ ଗତକାଲି ପଶ୍ଚିମ ଓଡିଶାର ବିଭିନ୍ନ କଲେଜର ଛାତ୍ର ମାନେ ଯୁକ୍ତ ତିନି ଫାଇନାଲ ପରୀକ୍ଷା କୁ ଅନଲାଇନ ମୋଡ଼ରେ କରିବା ଦାବି ନେଇ ଶାନ୍ତି ପୂଣ୍ଣ ଭାବରେ କୁଳପତିଙ୍କୁ ଏଜ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିବା ବେଳେ ନୀରିହ ଛାତ୍ର ମାନକୁ ପୋଲିସ ଲଗାଇ ଲାଠି ଚାଳନା କରିବା କେତେ ଦୂର ଠିକ ବୋଲି ସେ ପ୍ରଶ୍ନ କରିବା ସହ ଏଥି ସକାଶେ ଛାତ୍ର ସମାଜକୁ କୁଳପତି ଶ୍ରୀ ମିତ୍ତଲ କ୍ଷମା ପ୍ରାର୍ଥନା ନ କରିବା ଯାଏ ଛାତ୍ର କଂଗ୍ରେସ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବ ବୋଲି ୟାଶୀର ଘୋଷଣା କରିଥିଲେ ।
ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏବଂ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରିଥିବା ବେଳେ ଛାତ୍ର ମାନେ କରିଥିବା ଏହି ନ୍ୟାୟୋଚିତ ଦାବିକୁ କୁଳପତି ମାନି ନେଉନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ଏବେ ଛାତ୍ର ସମାଜ ,ଅଭିଭାବକ ସମସ୍ତେ କରୋନା ଯୋଗୁଁ ଆତଙ୍କିତ ଥିବାରୁ ଏହି ପରୀକ୍ଷା କୁ ଅନଲାଇନ ମାଧ୍ୟମରେ କରିବାକୁ ଆମେ ଦାବି କରୁଛୁ ବୋଲି ସେ କହିଥିଲେ ।ସେ ଏହି ମର୍ମ ରେ କହିଥିଲେ ଯେ ନବୀନ ପଟ୍ଟନାୟକ ଙ୍କ ଶାସନକାଳରେ ସେ କେବେ ଛାତ୍ରଛାତ୍ରୀ ଙ୍କ ବିଷୟ ରେ ଚିନ୍ତା କରି ନାହାନ୍ତି ।ଏବେ ଛାତ୍ରଛାତ୍ରୀ ସ୍ୱର ଉଠାଇ ଲାଠି ଖାଇଲେ , ସ୍ୱର ନ ଉଠାଇଲେ ଅଫଲାଇନ ପରୀକ୍ଷା ଦେଇ କରୋନା ଗ୍ରସ୍ତ ହେବେ । ତେଣୁ ଏହି ପରୀକ୍ଷା ଅନଲାଇନ ମୋଡ଼ରେ ନ ହେଲେ ଓ କୁଳପତି ଛାତ୍ର ସମାଜକୁ କ୍ଷମା ନ ମାଗିଲେ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଘେରାଉ କରାଯିବା ସହ ସମଗ୍ର ରାଜ୍ୟରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ
। ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ କହିଥିଲେ ଯେ ଦୀର୍ଘ 15 ଦିନ ଧରି ଛାତ୍ରମାନେ କଲେଜ ଅଧ୍ୟକ୍ଷ, ତହସିଲଦାର , ଉପଜିଲ୍ଲାପାଳ ମାଧ୍ୟମରେ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରି ଆସୁଥିବା ବେଳେ କେହି ଶୁଣି ନ ଥିଲେ , ଗତକାଲି ଛାତ୍ର ମନେ ଶାନ୍ତି ପୁର୍ଣ୍ଣ ଭାବେ ଦାବି ପତ୍ର ଦେବାକୁ ଯାଇଥିବା ବେଳେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଥିବା କିଛି ଛାତ୍ରଙ୍କ ଉଦ୍ଦେଶ୍ୟରେ କୁଳପତି ଶ୍ରୀ ମିତ୍ତଲ ଆକ୍ଷେପ କରି ଏମାନେ ବାଜା ବାଲା ଅଣ ଛାତ୍ର ବୋଲି କହିବା ସହ ପୋଲିସ ଲଗାଇ ମାଡ଼ ମାରି ହାତଗୋଡ଼ ଭଙ୍ଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଛାତ୍ର ସମାଜ ତଥା ବିଶ୍ୱ ଦରବାରରେ ଆଦ୍ରୁତ ଲାଭ କରିଥିବା ସମ୍ବଲପୁରୀ ବସ୍ତ୍ର ପ୍ରତି ଅଶାଳୀନ ମନ୍ତବ୍ୟ ପାଈଁ କୁଳପତି ଯଦି କ୍ଷମା ନ ମାଗିବେ ତାହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ । ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପର୍ଯ୍ୟବେକ୍ଷକ ରାଜକିଶୋର ଷଡ଼ଙ୍ଗୀ, ପ୍ରଦୀପ ଦେବତା, ନିପନ ଦାଶ, ସରୋଜ ଷଡ଼ଙ୍ଗୀ , ଗୌରବ ପତି, ସରୋଜ ମହାପାତ୍ର , ଦୟସାଗର ମେଣ୍ଡଳୀ , ସୁଶାନ୍ତ ସାହୁ , ସୁଧୀର ଜେନା , ଅନନ୍ତ ତାଣ୍ଡି , ପାଣ୍ଡବ କର୍ଣ୍ଣ, ବ୍ରହ୍ମା ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result