No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ବସ୍ତା :- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ନାରାୟଣ ପୁର ଗ୍ରାମରେ ପିଇବା ପାଣି ସମସ୍ୟା କୁ ନେଇ ଅମର୍ଦ୍ଦାରୋଡ ବାରିପଦା ମୁଖ୍ୟ ରାସ୍ତା କୁ ଅବରୋଧ କଲେ ଗ୍ରାମବାସୀ l ବସ୍ତା ଅଞ୍ଚଳରେ ଭୁତଳ ଜଳର ଜଳସ୍ତର କମି ଯାଉଥିବାରୁ ସମସ୍ତ ସରକାରୀ ନଳକୂପ ଅଚଳ ହୋଇ ଯାଇଛି,ଗ୍ରାମଠାରୁ ୫ କିଲୋମିଟର ଦୁର ଭାନ୍ଦିପୁର ଗ୍ରାମରେ ବସୁଧା ଯୋଜନାରେ ଓଭରହେଡ ପାଣି ବ୍ୟବସ୍ଥା କରାଯାଇଥିଲେ ବି ଏହି ଗ୍ରାମକୁ ପାଣି ପହଞ୍ଚି ପାରୁନାହିଁ ଏବାବଦରେ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ l
ଫଳରେ ଗ୍ରାମବାସୀ ଅମର୍ଦ୍ଦାରୋଡ – ବାରିପଦା ମୁଖ୍ୟ ରାସ୍ତାରେ ଗରା ବାଲ୍ଟି ରାସ୍ତା ଉପରେ ରଖି ରାସ୍ତା ପ୍ରାୟ ୨ ଘଣ୍ଟା ଅବରୋଧ କରିଥିଲେ।ପରେ ବିଭାଗୀୟ ଜେଇ ୧, ଜେଇ ୨, ସମିତି ସଭ୍ୟ ସତ୍ୟ ମହାପାତ୍ର ଓ ସରପଞ୍ଚ ରବୀନ୍ଦ୍ର କୁମାର ମହାନ୍ତି ଘଟଣା ସ୍ଥଳ ରେ ଲୋକଙ୍କୁ ବୁଝା ସୁଝା କରିବା ସହିତ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ପାଣି ଦିଆଯିବାର ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result