No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ପୁରୀ :- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ର ପର୍ଯ୍ୟଟକ,ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବ |ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ କରାଯିବ ।
ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ | ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ୟ ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିଡିଏମଓ ଏବଂ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯିବ | ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ରଟି ୧୪ ଏପ୍ରିଲ ମହାବିଷୁଭ ସଂକ୍ରାନ୍ତିର ଶୁଭ ଦିନରେ ଉଦଘାଟିତ ହେବ |
No Result
View All Result