• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପୁଣି ମ୍ୟାଟ୍ରିକ ପରୀକ୍ଷାରେ ପଶିଗଲା ଭାଇରାଲ୍ ଭୂତ

Proprietor Abhimanyu Maharana by Proprietor Abhimanyu Maharana
February 20, 2020
in Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ପୁଣି ମ୍ୟାଟ୍ରିକ ପରୀକ୍ଷାରେ ପଶିଗଲା ଭାଇରାଲ୍ ଭୂତ
Share on FacebookShare on TwitterWhatsapp

ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ : ବୋର୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ : ମନ୍ତ୍ରୀ

ଭୁବନେଶ୍ୱର ମାଟ୍ରିକ ପଶ୍ନପତ୍ର ଭାଇରାଲ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ବୋର୍ଡ ତରଫରୁ କୁହାଯାଇଛି କି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ । ଭାଇରାଲ ନେଇ ଯେଉଁ ଅଭିଯୋଗ ହୋଇଛି, ତା ସହ ଆମ ପ୍ରଶ୍ନପତ୍ରର କୌଣସି ତାଳମେଳ ରହୁନାହିଁ । ସାମ୍ବାଦିକ ସମିଳନୀରେ ବୋର୍ଡର ସଭାପତି ରାମାଶିଷ ହାଜରା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଆଜି ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ । ପରୀକ୍ଷା ପରେ ଆମେ ପ୍ରଶ୍ନ ପତ୍ର ଯାଞ୍ଚ କରିଥିଲୁ । କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ସହ ଏହାର କୌଣସି ମେଳ ଖାଇ ନଥିଲା । ବୋର୍ଡକୁ ବଦନାମ କରିବା ପାଇଁ ଅର୍ଥାତ ଖରାପ ଉଦ୍ଦେଶ୍ୟ ନେଇ କେହି ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରି ଭାଇରାଲ କରିଛି ବୋଲି ଶ୍ରୀ ହାଜରା କହିଛନ୍ତି । ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ଆଜି ପ୍ରଥମ ଦିନରେ ଓଡ଼ିଆ (ମାତୃଭାଷା) ପରୀକ୍ଷା କରାଯାଇଥିଲା । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ୪୪ଟି ପିଲା ଓଡ଼ିଆରେ କପି କରି ଧରାପଡ଼ିଥିବା ଜଣାପଡ଼ିଛି । ମାଟ୍ରିକ୍ ପରୀକ୍ଷାର ପଥମ ଦିନରେ ଗଣଶିକ୍ଷା ମବୀ ସମୀର ରଞ୍ଜନ ଦାଶ ରାଜଧାନୀର କେତେକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବଲାଙ୍ଗୀର ସମେତ ରାଜ୍ୟର କେତେକ ଜିଲ୍ଲାରେ ଆଜିର ପରୀକ୍ଷା ପ୍ରଶ୍ନପତ୍ର (ମାତୃଭାଷା) ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ପ୍ରସଙ୍ଗ ତାଙ୍କ ଦୃଷ୍ଟିକୁ ଆସି ନ ଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି । ଯଦି ସେ ଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଧର୍ମଗଡ଼ ଓ କଣ୍ଟାବାଂଝି (ଓଡିଶା ତାଜା ନ୍ୟୁଜ୍ ) କଣ୍ଟାବାଂଝି 19.2.2020 :- କୁଆଡ଼େ ଗଲା ବାହାସ୍ଫୋଟ୍‌ ? କୁଆଡ଼େ ଗଲା ଷ୍ଟ୍ରାଡେଜି ? ପୁଣି ମ୍ୟାଟ୍ରିକ ପରୀକ୍ଷାରେ ପଶିଗଲା ଭାଇରାଲ୍ ଭୂତ । ଆରମ୍ଭ ଦିନରୁ ସେଣ୍ଟର ବାହାରେ ବୁଲିଲା ମାତୃଭାଷା ପ୍ରଶ୍ନପତ୍ର । ଧର୍ମଗଡ଼ ଓ କଣ୍ଟାବାଂଝିରେ ଆଜି ପରୀକ୍ଷା ଆରମ୍ଭର ମାତ୍ର ଅଧ ଘଣ୍ଟାଏରୁ ଘଣ୍ଟାଏ ଭିତରେ ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା ବି ସେଟ ମାତୃଭାଷା ପ୍ରଶ୍ନପତ୍ର । ଉଭୟ ସବ୍‌ଜେକ୍ଟିଭ ଓ ଅବଜେକ୍ଟିଭ୍ ପ୍ରଶ୍ନ ପୂରାପୂରି ସମାନ ଥିବା କଣ୍ଟାବାଂଝି କେନ୍ଦ୍ରରେ ପରୀକ୍ଷା ଦେଉଥିବା ଛାତ୍ର ଶଶୀକାନ୍ତ ପଟେଲ ଓ ଜିତୁ କରଣ କହିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ହିଁ ଅସଲି । ତାହାଲେ ଏଠି ପ୍ରଶ୍ନ ଉଠୁଛି, ଫସର ଫାଟିଲା କି ବୋର୍ଡର ପ୍ରଶ୍ନପତ୍ର ଭାଇରାଲ୍‌ ବ୍ରେକ୍ ଷ୍ଟ୍ରାଟେଜି ? ଗଣ୍ଡାଗଣ୍ଡା ସ୍କ୍ୱାର୍ଡ, ସିସିଟିଭି ସର୍ଭେଲାନ୍ସ, ତ୍ରିସ୍ତରୀୟ ସୁରକ୍ଷା ସାଙ୍ଗକୁ ପିଲା ଓକେ କଲେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ଭଳି ଏତେସବୁ ନିଷ୍ପତ୍ତି ସତ୍ତ୍ୱେ କେମିତି ବାହାରକୁ ଗଲା ପ୍ରଶ୍ନପତ୍ର? ଏ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍ ସମସ୍ତେ ଉଠାଇଛନ୍ତି ପ୍ରଶ୍ନ । ତେବେ ଧର୍ମଗଡ଼ ନା କଣ୍ଟାବାଂଝି, ପ୍ରକୃତରେ କେଉଁ ସ୍କୁଲରୁ ଲିକ ହୋଇଛି ମାତୃଭାଷା ପ୍ରଶ୍ନପତ୍ର? ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ସଫାସଫା ଭାଇରାଲକୁ ଖଣ୍ଡନ କରିଛନ୍ତି । ବୋର୍ଡକୁ ବଦନାମ କରିବାକୁ ଏହା ଏକ ଉଦ୍ୟମ ବୋଲି ସଭାପତି ରାମାଶିଷ ହାଜରା କହିଥିବା ବେଳେ ଗଣଶିକ୍ଷାମବୀ ସମୀର ଦାଶ କହିଛନ୍ତି, ଅଭିଯୋଗର ତଦନ୍ତ ହେବ । ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମୋଟ୍‌ ୫ଲକ୍ଷ ୬୦ ହଜାର ୯୦୫ଜଣ ଛାତ୍ରଛାତ୍ରୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ତିନି ସ୍ତରରେ ସିଲ୍ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା । ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲରେ ପ୍ୟାକେଟର ଦ୍ୱିତୀୟ କଭର ଖୋଲିବେ ଇନ୍ଭିଜଲେଟର । ଏଥିରେ ରହିବ ଦୁଇ ପରୀକ୍ଷାର୍ଥୀଙ୍କ ଦସ୍ତଖତ । ଏହାପରେ ସିଲ୍‌ ଅବସ୍ଥାରେ ହିଁ ପିଲାଙ୍କୁ ପ୍ରଶ୍ନ-ଉତ୍ତର ପତ୍ର ମିଳିବ । ପରୀକ୍ଷାର୍ଥୀ ପ୍ରଶ୍ନ ପ୍ୟାକେଟର ତୃତୀୟ ସିଲ୍ ଖୋଲି ଲେଖିବେ ଉତ୍ତର । ଏପରି କଡ଼ା ବ୍ୟବସ୍ଥା ସତ୍ତ୍ୱେ କିପରି ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ଓ ଏହା ପଛରେ ମାଷ୍ଟର ମାଇଣ୍ଡ କିଏ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଫେବ୍ରୁଆରୀ ୨୬-୨୦୧୮ ଭାଇରାଲ୍‌ ହୋଇଥିଲା ମ୍ୟାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର । ସାରା ରାଜ୍ୟରେ ହଇଚଇ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଠିକ ସେମିତି ଫେବ୍ରୁଆରୀ ୨୨-୨୦୧୯ ଏବର୍ଷ ଭଳି ଗତବର୍ଷ ମଧ୍ୟ ପରୀକ୍ଷାର ପ୍ରଥମ ଦିନରେ ନୂଆପଡ଼ାରୁ ଭାଇରାଲ ହୋଇଥିଲା ମାତୃଭାଷା ପ୍ରଶ୍ନ । ଆଉ ସେ ଭାଇରାଲ ଭୂତ ପୂରା ପରୀକ୍ଷା ସରିବା ଯାଏଁ ଲାଗି ରହିଥିଲା । ଗତବର୍ଷର ସିରିଜ୍‌ ଭାଇରାଲ୍ ରୋକିବାକୁ ଏଥର ବୋର୍ଡ ପ୍ରଶ୍ନପତ୍ର କୋଡ଼ିଂ ଭଳି ନୂଆ କୌଶଳ ଆପଣାଇବା ସତ୍ତ୍ୱେ ସବୁ ଯେମିତି ଫେଲ୍ ମାରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version