No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) କଟକ :- ସରକାରଙ୍କ ଟାର୍ଗେଟରେ ସବୁବେଳେ ବସ୍ତିବାସିନ୍ଦା ବସ୍ତି ଲୋକଙ୍କୁ ଅମଣିଷ ଭଳି ବ୍ଯବହାର କରୁଛନ୍ତି ପ୍ରଶାସନ ।.ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଜି କଟକ ହାଡିଆ ପଠାରେ ଥିବା ବସ୍ତିରେ । ମହାନଦୀ ପଠାରେ ଦୀର୍ଘ ୪୫ ବର୍ଷ ଧରି ରହିଆସୁଥିବା ବସ୍ତିବାସିନ୍ଦାଙ୍କ ଘର ଗୁଡିକୁ ଏବେ ସିଏମସି ପକ୍ଷରୁ ଜେସିବୀ ମେସିନ ସାହାଯ୍ୟରେ ଭଙ୍ଗା ଯାଉଛି । ବୁଧବାର ଦିନ ଏସସିବି ମେଡିକାଲର ସମ୍ପ୍ରସାରଣ କାମ ପାଇଁ ବସ୍ତି ଉଚ୍ଛେଦ କରିବାକୁ ଆଗେଇ ଆସିଥିଲା କଟକ ମହାନଗର ନିଗମ । ହେଲେ କ୍ଷଣିକ ମଧ୍ୟରେ ଧୂଳିସାତ ହୋଇଗଲା ୭୦ ଟି ଗରିବ ପରିବାରର କଚାଘର । ବୁଲଡୋଜର୍ ଏବଂ ଜେସିବି ମେସିନ ସାହାଯ୍ୟରେ ଧରାଶାୟୀ ହୋଇଗଲା । ଠାରେ ଗଢ଼ି ଉଠିଥିବା ଘରଗୁଡିକ , ଚାହୁଁ ଚାହୁଁ ପାଖାପାଖି ୭୦ ଟି ବସ୍ତି ଲୋକଙ୍କ ଘରକୁ ଭାଙ୍ଗି ଦିଆଗଲା । ଏବେ ମୁଣ୍ଡ ଉପରେ ୪୦ ଡିଗ୍ରୀର ଉତପ୍ତ ପାରଦ । ଆଉ ତାହା ସାଙ୍ଗକୁ ମହାମାରୀ କରୋନାର ଦ୍ୱିତୀୟ ଲହରୀ ।
ଏକାଥରକେ ଦୁଇ ଦୁଇ ଟା ବିପଦ ,ପରେ ମଧ୍ୟ ପୁଣି ଏବେ ତୃତୀୟ ବିପଦକୁ ସାମ୍ନାରେ , ଦେଖି ଆଖି ଛଳ ଛଳ କରି ଦେଇଥିଲେ ବସ୍ତିବାସିନ୍ଦା ଲୋକମାନେ । ସରକାରଙ୍କ କ୍ଷତିପୂରଣ ଅର୍ଥ ୫୦ ହଜାର ଟଙ୍କା କୌଣସି କାଣିଚି ବି ନୁହେଁ। ତାହାଛଡା ବର୍ଷ ବର୍ଷ ଧରି ରହୁଥିବା ସ୍ଥାନରେ ଭୂମିହୀନଙ୍କୁ ସରକାର କୌଣସି ସାହାଯ୍ୟ କରି ନାହାନ୍ତି ବୋଲି ଅସନ୍ତୋଷ ଜାହିର୍ କରିଛନ୍ତି ବସ୍ତିର ଲୋକମାନେ । ୧୯୭୪ ମସିହାରୁ ଏହି ବସ୍ତିବାସିନ୍ଦାଙ୍କୁ ତତ୍କାଳୀନ ସରକାର , ଏଠାରେ ହିଁ ଅବସ୍ଥାପିତ କରାଯାଇଥିଲା । ଏହା ପୁର୍ବରୁ ପୁରୁଷ ପୁରୁଷ ଧରି ରହୁଥିଲେ ଲୋକମାନେ। ହେଲେ ଏମାନଙ୍କୁ ଥଇଥାନ କରିବା ପାଇଁ ବହୁବାର ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ସରକାର ନା ପ୍ରଶାସନ କେବେ ବି ଏମାନଙ୍କ କଥା ଶୁଣି ନାହାଁନ୍ତି। ଖାଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଉଥିଲା ।
ହେଲେ କୌଣସି କାର୍ଯ୍ୟକାରୀ ହୋଇନାହିଁ। ଏମାନଙ୍କୁ ଯେଉଁ ସ୍ଥାନରେ ଥଇଥାନ କରିବେ ବୋଲି ପ୍ରଶାସନ କହୁଛି ପୁର୍ବରୁ ସମୟ ଦେବା କଥା । ହେଲେ ଦୁଇ ଦିନ ମଧ୍ୟରେ ବସ୍ତିଲୋକଙ୍କୁ ଡରେଇ ଧମକେଇ ସିଏମସି ଅଧିକାରୀ ମାନେ, ବସ୍ତିଗୁଡିକୁ ଜାଣିଶୁଣି ଉଚ୍ଛେଦ କରୁଛି ବୋଲି, ପୁର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ ଅଭିଯୋଗ କରିଛନ୍ତି । ଅପରପଟେ ସରକାରଙ୍କ ପକ୍ଷରୁ ବସ୍ତିଗୁଡିକୁ ଥଇଥାନ ପାଇଁ ଜଗତପୁରସ୍ଥିତ ଲକ୍ଷ୍ମଣପୁର ଠାରେ ଜାଗା ଚିହ୍ନଟ ସରିଥିବା କଥା ,କହିଛନ୍ତି ସିଏମସି ଡେପୁଟି କମିସନର୍। ସେଠାରେ ଏବେ କିଛିଦିନ ଟେମ୍ପରାରିରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ପରେ ସେମାନଙ୍କୁ ଜାଗା ଚିହ୍ନଟ କରି , ସରକାରଙ୍କ ଘୋଷଣା ମୁତାବକ ଘର ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ସହ ୮ ଦିନ ପାଇଁ ଖାଇବାର ବନ୍ଦୋବସ୍ତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡେପୁଟି କମିସନର୍ ଅବିନାଶ ରାଉତ। ଏହି ଉଚ୍ଛେଦ ପ୍ରକ୍ରିୟା ରେ ସହରାଞ୍ଚଳ ପୋଲିସ୍ ର ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଗକୁ ବସ୍ତିଲୋକଙ୍କୁ କିଭଳି ଥଇଥାନ କରୁଛନ୍ତି ଏବଂ ତାଙ୍କ ମୁଁହରେ କେବେ ହସ ଫୁଟି ପାରୁଛି ତାହା ଆଗାମୀ ଦିନରେ ସମୟ ହିଁ କହିବ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result