No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଦିନ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ସମେତ କୁଶପଡା ସରପଞ୍ଚ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ଯୁବ ବିଜେଡ଼ି ନେତା ବି . ବାଲାଜୀ ରେଡ୍ଡୀ , ଜି. ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ
ରହି ପଞ୍ଚାୟତର କୁଶପଡା , କେଦାରପୁର , ପତାଣ୍ଡ ଏବଂ କେ . ସାମନ୍ତରା ପୁର ଆଦି ଗ୍ରାମ ବୁଲିବୁଲି ଲୋକମାନେ କିପରି ମଶା ଦାଉରୁ ରକ୍ଷା ପାଇ ପାରିବେ , ମେଲେରିଆ ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇପାରିବେ ସେନେଇ ଗ୍ରାମର ଲୋକ ମାନଙ୍କୁ ପ୍ରାୟତଃ ୨୫ ଶହ ମଶାରୀ ବଣ୍ଟନ କରି ଫେରିଥିବା ଜଣାପଡିଛି । ମେଡିକାଲ ଅଫିସରଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ , ଏଏନଏମ , ଆଶାକର୍ମୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result