No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ଦିଗପହଣ୍ଡି :- ମଙ୍ଗଳବାର ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହାରୁ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି ବିଜେପି । ଏହି ଅବସରରେ ରାଜ୍ୟର ବିଜେପି କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟି ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ଶୁଣିଥିଲେ ସବୁ ନେତା ଓ କର୍ମୀ । ସେହିପରି ବ୍ରହ୍ମପୁର ସହରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଯୋଗଦେଇ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଗଠିତ ଭାରତୀୟ ଜନତା ପାର୍ଟୀ ପ୍ରତ୍ୟେକ
ଲୋକ ମାନଙ୍କର ଆସ୍ଥା ଭାଜନ କରିବା ସହ ପାର୍ଟୀର ଉନ୍ନତି କାମନା କରିଥିଲେ । କାର୍ଯ୍ୟାଳୟ ପରିସରରେ ଦଳୀୟ ପତକା ଉତ୍ତୋଳନ କରାଯାଇଥିଲା । ଏହା ପରେ ଛତଶଗଡ ସୁକମାଠାରେ ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ , ରାମ ପାତ୍ର , ନିରଞ୍ଜନ ପାଣିଗ୍ରାହୀ , ନମିତା ରାଣୀ ପଣ୍ଡା , ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ , ଗଙ୍ଗାଧର ଶତପଥୀ , ପ୍ରଦୀପ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result