No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ବାଲେଶ୍ୱର :- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଲାଲପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିମ୍ନମାନର ରାସ୍ତା କାମ ଓ ଗାଡ ଓ୍ବାଲ ନିର୍ମାଣ କୁ ନେଇ ଗ୍ରାମବାସୀ ଙ୍କ ପଖ୍ଯରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ସୂଚନା ଅନୁସାରେ ଅଲାଲପୁର ଠାରୁ ଜଳେଶ୍ଵର ନୂଆବଜାରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ଶୋଚନୀୟ ହୋଇପଡିଥିବା ବେଳେ, ଦୀର୍ଘ ଦିନ ବ୍ୟବଧାନ ପରେ କାମ ଆରମ୍ଭ ହୋଇଥିଲା, ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ କୁ ଦେଖି ଗ୍ରାମବାସୀମାନେ ବିରୋଧ କରିଥିଲେ ଏବଂ ଠିକାଦାର ଙ୍କ ବିରୋଧ ରେ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଠିକାଦାର ଗ୍ରାମ କୁ ନଆସି ଲେବର ମାନଙ୍କ ଜରିଆରେ ଗ୍ରାମବାସୀ ଙ୍କ ନାମରେ ପାଲଟା ଅଭିଯୋଗ କରିଥିବା ବେଳେ ,
ପୋଲିସ ଗ୍ରାମ ର 6 ଜଣ ବ୍ଯାକ୍ତି ଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ଗ୍ରାମବାସୀ ମାନେ ତୁରନ୍ତ ରାସ୍ତା ଓ ଗାଡ ଓ୍ବାଲ ନିର୍ମାଣ ଶେଷ କରିବା କୁ ଦାବି କରିଛନ୍ତି । ଯଦି ସାତ ଦିନ ମଧ୍ୟରେ କାର୍ଯ୍ୟ ଶେଷ ନହୁଏ ତେବେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉ କି ଠିକାଦାର ରାଜେଶ ଦାସ ପୂର୍ବରୁ ଭୋଗରାଇ ଜଳେଶ୍ଵର ବ୍ଲକ ର ଅନେକ କାର୍ଯ୍ୟ ସବୁ ନିମ୍ନମାନର କରିବା ଏବଂ ଅଧାପନ୍ତରିଆ ଭାବେ ଛାଡି ପଳାଇ ଆସୁଥିବାବେଳେ , ଅଧିକାରୀ ମାନେ ଉକ୍ତ ଠିକାଦାର ଙ୍କୁ କାମ ଯୋଗାଉ ଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଯଦି ସାତ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନହୁଏ ତେବେ ଆସନ୍ତା ୧୨ ତାରିଖ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି ଗ୍ରାମବାସୀ । (ରିପୋର୍ଟ – ଦୀପ୍ତିମାନ ପତି )
No Result
View All Result